Masthead

ବ୍ୟାଙ୍କ କର୍ମଚାରୀଙ୍କୁ ୩୦-୩୫ ହଜାର ଯାଏଁ ମିଳିବ ପେନସନ

(ବଡ଼ ଖବର ବ୍ୟୁରୋ): ଅର୍ଥ ମନ୍ତ୍ରାଳୟର ବଡ଼ ଘୋଷଣା । ଏଣିକି ବ୍ୟାଙ୍କରେ କାମ କରୁଥିବା ପ୍ରାୟ ୧୦ ଲକ୍ଷ କର୍ମଚାରୀଙ୍କ ପେନସନ୍ ବୃଦ୍ଧି ହେବ । କେନ୍ଦ୍ର ସରକାର ବ୍ୟାଙ୍କ କର୍ମଚାରୀଙ୍କ ଫ୍ୟାମିଲ ପେନସନ ବୃଦ୍ଧି କରିବା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ଅବସରପ୍ରାପ୍ତ ସରକାରୀ ବ୍ୟାଙ୍କ କର୍ମଚାରୀଙ୍କ ପେନସନ ବୃଦ୍ଧି କରିବା ନେଇ ଆଇବିଏ ଦାବି କରିଥିଲା । ପରେ କେନ୍ଦ୍ରସରକାର ଏହାକୁ ଗ୍ରହଣ କରି ଫ୍ୟାମିଲ ପେନସନ ବୃଦ୍ଧି ପାଇଁ ଅନୁମତି ଦେଇଛନ୍ତି ।

ପୂର୍ବରୁ କର୍ମଚାରୀଙ୍କ ପେନସନ୍ ସର୍ବାଧିକ ୯୨୮୪ ଟଙ୍କା ଥିଲା । ଏବେ ଏହାର ୩୦ ପ୍ରତିଶତ ବୃଦ୍ଧିକୁ ଅନୁମତି ମିଳିଛି । ଏଥିସହ ବ୍ୟାଙ୍କ କର୍ମଚାରୀଙ୍କ ଏନପିଏସ ପାଇଁ ଯେଉଁ ଯୋଗଦାନ ଦିଆଯାଉଛି ତାର ପରିଣାମକୁ ୧୦ ରୁ ୧୫ ପ୍ରତିଶତ ବୃଦ୍ଧି କରିବାକୁ ବ୍ୟାଙ୍କ ଗୁଡିକୁ କୁହାଯାଇଛି ।

ପୂର୍ବରୁ ଉଭୟ ବ୍ୟାଙ୍କ୍ ଓ କର୍ମଚାରୀ ସମାନ ଭାବେ ମୂଳ ଦରମାର ୧୦ ପ୍ରତିଶତ ପେନସନ୍ ଫଣ୍ଡକୁ ଦେଉଥିଲେ । ହେଲେ ଏବେ କେନ୍ଦ୍ରସରକାରଙ୍କ ନୂଆ ନିୟମ ଅନୁସାରେ ବ୍ୟାଙ୍କ ପେନସନ ଫଣ୍ଡକୁ ୧୪ ପ୍ରତିଶତ ଓ କର୍ମଚାରୀ ୧୦ ପ୍ରତିଶତ ଅର୍ଥ ଦେବେ । ଏପଟେ ଆର୍ଥିକ ସେବା ବିଭାଗର ସଚିବ ଦେବାଶିଷ ପଣ୍ଡା କହିଛନ୍ତି ଯେ ବ୍ୟାଙ୍କ କର୍ମଚାରୀଙ୍କ ପରିବାର ଆଗରୁ ଖୁବ୍ କମ୍ ଟଙ୍କାର ପେନସନ ପାଉଥିଲେ ।

ବର୍ତ୍ତମାନ ଏହା ସବୁ ବ୍ୟାଙ୍କ କର୍ମଚାରୀଙ୍କ ଶେଷ ବେତନ ଉପରେ ନିର୍ଭର କରେ । ଅଧିକାରୀମାନେ ଶେଷ ବେତନର ୩୦ ପ୍ରତିଶତ ଯାଏ ଦରମା ପାଇବେ । ଏହି ସବୁ ଆଲୋଚନା ପରେ ବ୍ୟାଙ୍କ କର୍ମଚାରୀମାନେ ୩୦ ହଜାରରୁ ୩୫ ହଜାର ପର୍ୟ୍ୟନ୍ତ ଫ୍ୟାମିଲ ପେନସନ ପାଇବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ