Masthead

୬ ହଜାର ଡେଇଁଲା ଦୈନିକ ସଂକ୍ରମଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ରେକର୍ଡ଼ ଭାଙ୍ଗିଲା ମହାମାରୀ କରୋନା । ଆଜି ୬ହଜାର ଟପିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୬ ହଜାର ୧୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୩ ହଜାର ୫୭୫ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ ରହିଛି ୨ ହଜାର ୫୮୯ ।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧ ହଜାର ୧୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୩୬, ବାଲେଶ୍ୱରରୁ ୭୮, ବରଗଡ଼ରୁ ୨୩୬, ଭଦ୍ରକରୁ ୭୧, ବଲାଙ୍ଗୀରରୁ ୨୨୬ଜଣ, ବୌଦ୍ଧରୁ ୩୮, କଟକରୁ ୩୬୦, ଦେଓଗଡ଼ରୁ ୩୧, ଢେଙ୍କାନାଳରୁ ୧୭, ଗଜପତିରୁ ୫୫, ଗଞ୍ଜାମରୁ ୧୩୫, ଜଗତସିଂହପୁରରୁ ୬୩, ଯାଜପୁରରୁ ୧୫୪, ଝାରସୁଗୁଡ଼ା ୩୫୫, କଳାହାଣ୍ଡିରୁ ୪୫୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କନ୍ଧମାଳରୁ ୨୩, କେନ୍ଦ୍ରାପଡ଼ାରୁ ୪୮, କେନ୍ଦୁଝର ୨୦୫, କୋରାପୁଟରୁ ୪୫, ମାଲକାଗିରିରୁ ୧୬, ମୟୁରଭଞ୍ଜରୁ ୧୩୬, ନବରଙ୍ଗପୁରରୁ ୨୦୭, ନୟାଗଡ଼ରୁ ୯୯, ନୁଆପଡ଼ାରୁ ୪୫୯, ପୁରୀରୁ ୨୮୬, ରାୟଗଡ଼ାରୁ ୧୦୫, ସମ୍ବଲପୁରରୁ ୨୨୯, ସୋନପୁରରୁ ୯୯, ସୁନ୍ଦରଗଡ଼ରୁ ୪୨୭ ଏବଂ ଷ୍ଟେଟପୁଲରୁ ୨୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ପଜିଟିଭ୍ ସଂଖ୍ୟା ୩ ଲକ୍ଷ ୮୮ ହଜାର ୭୪୯ରେ ପହଂଚିଛି । ସେହିପରି ମୋଟ୍ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୫୧ ହଜାର ରହିିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ