Masthead

ଜାଣନ୍ତୁ କାହିଁକି ଶ୍ରୀବାସ୍ତବରୁ ଶାସ୍ତ୍ରୀ ହେଲେ ଲାଲବାହାଦୁର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଅକ୍ଟୋବର ୨, ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କର ମଧ୍ୟ ଜନ୍ମଦିନ । ୧୯୦୪ ଆଜିର ଦିନରେ ସ୍ୱାଧୀନ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଶାସ୍ତ୍ରିଜୀ ଉତ୍ତରପ୍ରଦେଶର ମୁଗଲସରାଇଠାରେ ଜନ୍ମଗ୍ରହଣ କରିଥିଲେ । ଅତ୍ୟନ୍ତ ସରଳ ସ୍ୱଭାବର ଏହି ମହାନ ଜନନେତାଙ୍କ ବାପାଙ୍କ ନାମ ଥିଲା ସାରଦା ପ୍ରସାଦ ଶ୍ରୀବାସ୍ତବ ଏବଂ ମା’ଙ୍କ ନାମ ରାମଦୁଲାରୀ ଦେବୀ । ଭାରତୀୟ ପରମ୍ପରା ଅନୁଯାୟୀ ବାପାଙ୍କ ସାଙ୍ଗିଆ ଶ୍ରୀବାସ୍ତବ ଆଧାରରେ ଶାସ୍ତ୍ରିଜୀଙ୍କ ନାମ ଲାଲବାହାଦୁର ଶ୍ରୀବାସ୍ତବ ହେବା କଥା ।

ହେଲେ ପରବର୍ତ୍ତୀ ସମୟରେ ସେ ତାଙ୍କ ସାଙ୍ଗିଆ ପରିବର୍ତ୍ତନ କରି ଶାସ୍ତ୍ରୀ କରିଥିଲେ । ଏହା ପଛରେ ଏକ କୌତୁହଳପୂର୍ଣ୍ଣ କାହାଣୀ ରହିଛି । ଆସନ୍ତୁ ଜାଣିବା କ’ଣ ପାଇଁ ଶ୍ରୀବାସ୍ତବରୁ ଶାସ୍ତ୍ରୀ ହେଲେ ଲାଲବାହାଦୁର । ପିଲାବେଳୁ ଅଭାବ ଅନଟନରେ କାଳାତିପାତ କରିଥିଲେ ମଧ୍ୟ ଶାସ୍ତ୍ରିଜୀ ଏକ ଶୋଷଣମୁକ୍ତ, ପ୍ରଗତିଶୀଳ ଭାରତର ସ୍ୱପ୍ନ ଦେଖିଥିଲେ । ସ୍ୱାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ ଓ ଆନ୍ନିବେସାନ୍ତଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ଜାତିପ୍ରଥାକୁ ଘୋର ବିରୋଧ କରୁଥିଲେ ।

ତାଙ୍କର ଏହି ଆଦର୍ଶକୁ ପରିବାର ଲୋକେ ମଧ୍ୟ ସମର୍ଥନ କରୁଥିଲେ । କାଶୀ ବିଦ୍ୟାପୀଠ ପକ୍ଷରୁ ତାଙ୍କୁ ଶାସ୍ତ୍ରୀ ସାଙ୍ଗିଆ ପ୍ରଦାନ କରାଯାଇଥିଲା । ସେବେଠାରୁ ଆଜିପର୍ଯ୍ୟନ୍ତ ଲାଲବାହାଦୁର ଶ୍ରୀବାସ୍ତବ ବଦଳରେ ସେ ଲାଲବାହାଦୁର ଶାସ୍ତ୍ରୀ ନାମରେ ପ୍ରତିଟି ଭାରତୀୟଙ୍କ ହୃଦୟରେ ବଞ୍ଚି ରହିଛନ୍ତି । ଏପରିକି ତାଙ୍କ ଦାୟାଦମାନେ ମଧ୍ୟ ଆଜି ଶାସ୍ତ୍ରୀ ସାଙ୍ଗିଆ ଧାରଣ କରିଛନ୍ତି । ତାଙ୍କ ସରଳପଣ, ଦୟାଶୀଳ ମନୋଭାବ ଓ ସାଧୁତା ଭାରତର ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!