Masthead

୧୧ ବର୍ଷ ରାମନବମୀ ହିଂସା ସବୁଠୁ ଅଧିକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କିଛି ବର୍ଷ ହେବ ରାଜ୍ୟରେ ବଢିଚାଲିଛି ହିଂସା । ୧୧ ବର୍ଷ ମଧ୍ୟରେ ରାମନବମୀ ହିଂସା ସବୁଠୁ ଅଧିକ । ରାମନବମୀ ଶୋଭାଯାତ୍ରା ଗୁଡିକ ସାମ୍ପ୍ରଦାୟିକ ଜ୍ୱାଳାମୁଖୀରେ ପରିଣତ ହେବାରେ ଲାଗିଛି । ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଉତ୍ତରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର , ତେଲେଙ୍ଗାନା ଓ କର୍ଣ୍ଣାଟକରେ ବେଶୀ ହିଂସା ଦେଖିବାକୁ ମିଳିଛି । ଟେକାପଥର ଫିଙ୍ଗା, ସ୍ଲୋଗାନବାଜି, ପୋଡ଼ାଜଳା ଓ ଧାର୍ମିକ ସ୍ଥଳଗୁଡ଼ିକ ଉପରେ ଆକ୍ରମଣ ଆଦି ବହୁ ଘଟଣା ଦେଖିବାକୁ ମିଳିଥିଲା। ଖଣ୍ଡା, ଛୁରୀ, ଲୁହାଛଡ଼, କାଠଫାଳିଆ ଆଦି ଶୋଭାଯାତ୍ରା ଲୋକମାନେ ନେବା ଦେଖିବାକୁ ମିଳିଛି। ୨୦୧୨ରୁ ୨୦୨୩ ପର୍ୟ୍ୟନ୍ତ ୧୧ ବର୍ଷର ତଥ୍ୟରୁ ଜଣାପଡ଼ିଛି ରାମନବମୀ ଶୋଭାଯାତ୍ରା ହିଂସା ବୃଦ୍ଧି ଘଟିଛି। ୨୦୧୨ରୁ ୨୦୧୫ ମଧ୍ୟରେ କେବଳ ପଶ୍ଚିମବଙ୍ଗ, ଝାଡଖଣ୍ଡ, ବିହାର ଓ ଉତ୍ତରପ୍ରଦେଶରେ କିଛି ସଂଘର୍ଷ ଘଟିଥଲା।

କିନ୍ତୁ ଏହି ରାଜ୍ୟଗୁଡିକରେ ୨୦୧୬ରୁ ୨୦୧୯ ମଧ୍ୟରେ ହିଂସା ବୃଦ୍ଧି ପାଇଛି। ୨୦୧୮ରେ ଅତି କମ୍‌ରେ ୧୭ଟି ସାମ୍ପ୍ରଦାୟିକ ହିଂସା ଘଟଣା ସାମ୍ନାକୁ ଆସିଥିଲା । ୨୦୨୦-୨୧ରେ ମହାମାରୀ ପାଇଁ ବାତାବରଣ ଶାନ୍ତିପୂର୍ଣ୍ଣ ଥିଲା। ୨୦୨୨ରେ ପାଞ୍ଚଟି ରାଜ୍ୟରେ ପୁନର୍ବାର ସଂଘର୍ଷ ବୃଦ୍ଧି ପାଇଥିଲା । ପଶ୍ଚିମବଙ୍ଗ, ବିହାର ଓ ଝାଡଖଣ୍ଡରେ ହିଂସା ଅଧିକ ଘଟିଛି। ୨୦୨୩ରେ ସବୁଠାରୁ ଅଧିକ ହିଂସା ଘଟିଛି। ୧୧ ବର୍ଷ ମଧ୍ୟରେ ୬୪ଟି ହିଂସା ସାମ୍ନାକୁ ଆସିଛି । ଏଥିମଧ୍ୟରୁ ପ୍ରସେସନ ପଥକୁ ନେଇ କିମ୍ବା ଶୋଭାଯାତ୍ରା ଉପରକୁ ଟେକାପଥର ଫିଙ୍ଗାକୁ ନେଇ ୨୭ଟି ହିଂସା ଘଟିଥିଲା। ସେହିପରି ଆପତ୍ତିଜନକ ସ୍ଲୋଗାନ ପାଇଁ ୭ଟି ହିଂସା କାଣ୍ଡ ହୋଇଥିଲା । ସର୍ବସାଧାରଣରେ ଗାଳିଗୁଲଜ, ପୋଲିସ ଉପରେ ଶୋଭାଯାତ୍ରାକାରୀଙ୍କ ଆକ୍ରମଣ, ଲାଉଡ ସ୍ପିକର ବଜାଇବାକୁ ନେଇ ମଧ୍ୟ ବିବାଦ ହୋଇଛି । ଭୁଶୁଡି ପଡୁଛି ଭାଇଚାରା । ସାମ୍ପ୍ରଦାୟିକ ସଦ୍ଭାବ କ୍ଷୁର୍ଣ୍ଣ ହେଉଛି । ସଙ୍କୀର୍ଣ୍ଣ ମାନସିକତା ହିଂସା ବୃଦ୍ଧିର ଏକମାତ୍ର କାରଣ । ବୁ୍ୟରୋ ରିପୋର୍ଟ ବଡ଼ ଖବର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ