Masthead

ସତ କହିଲେ ତ ବିଦ୍ୟା?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଜେରା ପରେ ଜେରା । ବିଦ୍ୟାଭାରତୀଙ୍କୁ ମାରାଥନ୍ ଜେରା । କ୍ରାଇଇବ୍ରାଞ୍ଚର ପ୍ରଶ୍ନ ବାଣରେ ଘାଇଲା ବିଦ୍ୟାଭାରତୀ । ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଘନ ଘନ ଜେରା କରିଛି କ୍ରାଇମବ୍ରାଞ୍ଚ। ୨ଜଣ ମହିଳା ଅଫିସରଙ୍କ ସହ  ୫ଜଣିଆ ଟିମ୍ କପ୍ତିପଦାରେ ପହଞ୍ଚି ଜେରା କରିଛନ୍ତି। ବିଦ୍ୟାଭାରତୀଙ୍କ ସହ ତାଙ୍କ ବାପା ମାଙ୍କୁ ମଧ୍ୟ ଜେରା କରୁଛି କ୍ରାଇମବ୍ରାଞ୍ଚ। ବିଦ୍ୟାଙ୍କୁ ଜେରା ପାଇଁ କ୍ରାଇମ ଏଗ୍ନଷ୍ଟ ଓମେନ ଶାଖାର ଦୁଇଜଣ ମହିଳା ଅଫିସର ରହିଛନ୍ତି। କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସହଯୋଗ କରୁଛି ସ୍ଥାନୀୟ ପୋଲିସ ।

କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ର ନେଉଛନ୍ତି ଏହି ଟିମର ନେତୃତ୍ୱ ନେଇଛନ୍ତି । ଏହି ଘଟଣାରେ ଡିଏଫଓଙ୍କ ଉପରେ ଅଙ୍ଗୁଳି ଉଠିଛି । ଏହାସହ ସନ୍ଦେହ ଘେରକୁ ଆସିଛନ୍ତି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଏଠାରେ ପ୍ରଶ୍ନ ଉଠୁଛି ସ୍ୱାମୀଙ୍କ ମୃତ୍ୟୁ ହୋଇଛି, ବିଦ୍ୟାଭାରତୀ ଚୁପ କାହିଁକି? ସୌମ୍ୟ ପରିବାରକୁ ନ୍ୟାୟ ଦେଇପାରିବ ତ କ୍ରାଇମବ୍ରାଞ୍ଚ । ଗତକାଲି କ୍ରାଇମ୍ବ୍ରାଞ୍ଚର ୪ଜଣିଆ ଟିମ୍ ଖଇରାର ବେଗୁନିଆରେ ପହଞ୍ଚି ସୌମ୍ୟଙ୍କ ପରିବାରର ସଦସ୍ୟଙ୍କୁ ପଚରାଉଚରା କରିଥିଲା। କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଟିମ୍ ସୌମ୍ୟଙ୍କ ବାପା, ମା, ମାମୁ ଓ ମାଇଁଙ୍କୁ କରିଥିଲା ପଚରାଉଚରା। ଦୀର୍ଘ ସାଢ଼େ ତିନି ଘଣ୍ଟାର ପଚରାଉଚରା ପରେ କିଛି ତଥ୍ୟ ହାସଲ କରିଛି କ୍ରାଇମ୍ବ୍ରାଞ୍ଚ ଟିମ୍। ବିଦ୍ୟାଭାରତୀ ଚାକିରି କରିବା ଓ ସୌମ୍ୟ କହିଥିବା କଥା, ଗୋଟି ଗୋଟି କରି କ୍ରାଇମବ୍ରାଞ୍ଚ ଆଗରେ କହିଛନ୍ତି ପରିବାର ଲୋକ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି