ଭାଙ୍ଗିଲା ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ବ୍ରିଜ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭାଙ୍ଗିଲା ରାଜା ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ବ୍ରିଜ । ଆନ୍ଧ୍ର ଓ ଓଡ଼ିଶାକୁ ଯୋଗାଯୋଗ କରୁଥିବା ଇଂରେଜ ଅମଳର ବ୍ରିଜ ଭୁଶୁଡିପଡିଛି । ୧୯୨୯ ମସିହାରେ ତତ୍କାଳୀନ ଖଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଏହି ବ୍ରିଜ ନିର୍ମାଣ କରିଥିଲେ । ଆନ୍ଧ୍ରର ଇଚ୍ଛାପୁରମ ଗଞ୍ଜାମ ଜିଲ୍ଲା ମଧ୍ୟରେ ଯୋଗାଯୋଗ ପାଇଁ ବାହୁଦା ନଦୀ ଉପରେ ନିର୍ମାଣ ହୋଇଥିଲା ଏହି ବ୍ରିଜ । ରାମଚନ୍ଦ୍ର ମର୍ଦ୍ଦରାଜ ନାମରେ ନାମିତ ଏହି ବ୍ରିଜକୁ ତତକାଳୀନ ମାଡ୍ରାସ ଗର୍ଭନର ଉଦଘାଟନ କରିଥିଲେ । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାରେ ନିର୍ମାଣ ହୋଇଥିଲା ଏହି ବ୍ରିଜ । ଏହାଦ୍ୱାରା ଶ୍ରୀକାକୁଲମ ଜିଲ୍ଲାର ଇଚ୍ଛାପୁର ସହ ଓଡ଼ିଶାର ଅନେକ ଗାଁ ସହ ସଡ଼କ ପଥରେ ଯୋଗାଯୋଗ ସମ୍ଭବ ହୋଇପାରିଥିଲା । ଦୀର୍ଘ ୯୪ ବର୍ଷ ଧରି ଏହି ବ୍ରିଜ ୨ ରାଜ୍ୟର ଲୋକଙ୍କ ଜୀବନରେଖା ପାଲଟିଥିଲା । ଆନ୍ଧ୍ରକୁ ଯିବା ପାଇଁ ଏହା ଥିଲା ସବୁଠାରୁ କମ ଦୂର । ଏବେ ବ୍ରିଜ ଭୁଶୁଡ଼ି ପଡିଥିବାରୁ ଇଚ୍ଛାପୁରମ ଓ ପାତ୍ରପୁର ଅଞ୍ଚଳବାସୀଙ୍କ ଚିନ୍ତା ବଢିଯାଇଛି । ରକ୍ଷଣାବେକ୍ଷଣା ଅଭାବରୁ ଏହି ବ୍ରିଜ ଭୁଶୁଡ଼ି ପଡିଥିବା ସ୍ଥାନୀୟ ଲାକମାନେ ଅଭିଯୋଗ କରିଛନ୍ତି । ମଝିରେ ମଝିରେ ଆନ୍ଧ୍ର ସରକାର ଏହି ପୁରାତନ ବ୍ରିଜର ରକ୍ଷଣାବେକ୍ଷଣା କରୁଥିବା ବେଳେ ଓଡ଼ିଶା ସରକାର ଆଖି ବୁଜି ଦେଇଥିଲେ । ୭୦ ଟନର ଗ୍ରାନାଇଟ ବୋଝେଇ ଏକ ଟଲରର ଗୋଟିଏ ଚକ ବ୍ରିଜ ଉପରେ ପମ୍ପଚର ହୋଇଯାଇଥିଲା । ଦୀର୍ଘ ସମୟ ଧରି ଟଲରଟି ବ୍ରିଜ ଉପରେ ଅଟକି ରହିବାରୁ ଅତ୍ୟଧିକ ଚାପ ଯୋଗୁଁ ରାଜରାଜୁଡା ଅମଳର ବ୍ରିଜ ଭୁଶୁଡ଼ି ପଡିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’