Masthead

ସିରିଜ ଚୋରି ଘଟଣାରେ ୭ ଗିରଫ

ଦଶରଥପୁର (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳରେ ଗତ କିଛି ଦିନ ହେବ ପୋଲିସକୁ ଚ୍ୟାଲେଞ୍ଜ କଲା ଭଳି ଗୋଟିଏ ପରେ ଗୋଟିଏ ଡକାୟତି ଚାଲିଥିଲା । ଯାହା ପୋଲିସ ସମେତ ସାଧାରଣ ଜନତାଙ୍କ ନିଦ ହଜାଇ ଦେଇଥିଲା । ତେବେ ପୋଲିସ ବିଭିନ୍ନ ଅଞ୍ଚଳର ସିସିଟିଭି ଫୁଟେଜ, ଚୋରିର ମାଧ୍ୟମ ଏବଂ ଚୋରି ହେଉଥିବା ଘର ଆଦିକୁ ଲକ୍ଷ କରି ଦୀର୍ଘ ଦିନ ହେବ ତଦନ୍ତ ଜାରି ରଖିଥିଲା ।

ଫଳ ସ୍ୱରୂପ ବାଇକ ଚୋର ଠାରୁ ଆରମ୍ଭ କରି ଡକାୟତି ଘଟଣାରେ ସମ୍ପୃକ୍ତ ସ୍ଥାନୀୟ ୭ ଜଣ ଯୁବକଙ୍କୁ ଉଠାଇ ନେଇଛି ମଙ୍ଗଳପୁର ପୋଲିସ । ଗତ କିଛି ମାସ ମଧ୍ୟରେ ଏହି ଲୁଟେରାମାନେ ଚଷାଖଣ୍ଡ, ଦିହୁଡିସାହି, ଓଳସାହି, ହୀରାପୁର ଏବଂ ମଙ୍ଗଳପୁର ବଜାର, ଦୋକାନ ଆଦିରେ ଚୋରି କରୁଥିଲେ । ଏମାନଙ୍କ ଲିଙ୍କ ଜିଲ୍ଲାର ମଙ୍ଗଳପୁର ଠାରୁ ଆରମ୍ଭ କରି କୋରେଇ, କେନ୍ଦୁଝର ଏବଂ ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଛି । ଯେଉଁମାନେ ଟଙ୍କା, ସୁନା, ଗାଡି, ମୋବାଇଲ ଆଦି ଲୁଟ କରିଆସୁଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ