Masthead

ବନ୍ଧୁକ ମୁନରେ ୭ ଲକ୍ଷ ଟଙ୍କାର ଗହଣା ଲୁଟ୍

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବନ୍ଧୁକ ମୁନରେ ଗହଣା ଦୋକାନୀ ଠାରୁ ଲୁଟ । ଟଙ୍କା ଓ ଗହଣା ମିଶି ୭ ଲକ୍ଷରୁ ଅଧିକ ଟଙ୍କା ଲୁଟ ହୋଇଥିବା ସୂଚନା । ରାତିରେ ଦୋକାନ ବନ୍ଦ କରି ଘରକୁ ଫେରିବା ସମୟରେ ଲୁଟ । ଏକ ବାଇକରେ ୩ ଜଣ ଆସି ବନ୍ଧୁକ ଦେଖାଇ ବାଇକ ଡିକି ଭାଙ୍ଗି ଓ ବ୍ୟାଗ ଛଡାଇ ନେଇଥିବା ଅଭିଯୋଗ ହୋଇଛି । ଖବର ପାଇ ଜଳେଶ୍ବର ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନ ଅନୁଯାୟୀ ଜଳେଶ୍ୱର ଥାନା ନୂଆଗାଁ ଗ୍ରାମର ଚନ୍ଦନ ରଣା ପ୍ରତିଦିନ ଭଳି ରାତି ୯ଟାରେ ବଳରାମପୁର ଛକ ଠାରେ ଥିବା ନିଜର ଗହଣା ଦୋକାନ ବନ୍ଦ କରି ଏକ ବ୍ୟାଗରେ ସୁନାରୂପ ଗହଣା ଡ଼ିକିରେ ପୁରାଇ ବାଇକ ଯଗେ ଘରକୁ ଯାଉଥିବା ସମୟରେ ନୂଆଁ ଗାଁ ବସଷ୍ଟାଣ୍ଡ ନିକଟରେ ପଛ ପଟୁ ଏକ ବାଇକରେ ୩ଜଣ ଯୁବକ ଆସି ଚନ୍ଦନଙ୍କ ଗାଡି ଅଟକାଇ ଥିଲେ । ସେମାନେ ଚନ୍ଦନର ମୁଣ୍ଡରେ ବନ୍ଧୁକ ଲଗାଇ ଗାଡିର ଡିକି ଭାଙ୍ଗି ସୁନା ରୂପ ଗହଣା ଲୁଟି ନେଇଥିଲେ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି । ୭ଲକ୍ଷରୁ ଅଧିକ ଟଙ୍କାର ଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ