Masthead

ଯୁକ୍ତ ତିନି ନାମ ଲେଖା ଅବଧି ବଢ଼ିଲା

ଭୁବନେଶ୍ୱର: ଯୁକ୍ତ ୩ କଲେଜର ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି। ଅକ୍ଟୋବର ଦୁଇ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ସମୟସୀମା ବଢ଼ି ଅକ୍ଟୋବର ୫ ପର୍ଯ୍ୟନ୍ତ ଅନ୍‌ଲାଇନ୍‌‌ରେ ଫି’ ଦାଖଲ କରିପାରିବେ ଏବଂ ୬ ତାରିଖ ପର୍ଯ୍ୟନ୍ତ ନାମ‌ଲେଖା ଚାଲିବ। ଉଚ୍ଚଶିକ୍ଷା ବିଭ‌ାଗ ପକ୍ଷରୁ ସୂଚନା ଅନୁସାରେ ନାମଲେଖାର ଅନ୍ୟାନ୍ୟ ସୂଚୀରେ ବି ପରିବର୍ତ୍ତନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ନାମ‌‌ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ୭ ତାରିଖ ଅପରାହ୍‌ଣ ୫ଟାରେ ଇ-ସ୍ପେସ୍‌ରେ ଉପଲବ୍ଧ ହେବ। ୭ ତାରିଖ ପୂର୍ବାହ୍ନ ୧୧ଟା ୪୫ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ନାମ‌ ଲେଖାଇଥିବା ଛାତ୍ରଛାତ୍ରୀ ଲାଗି ସ୍ଲାଇଡ୍‌-ଅପ୍‌ ଫର୍ମ ଉପଲବ୍ଧ ରହିବ। ୧୩ ତାରିଖ ପୂର୍ବାହ୍ନ ୧୧ଟାରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଏଥିରେ ଯୋଗ୍ୟବିବେଚିତ ଛାତ୍ରଛାତ୍ରୀ ୧୩ରୁ ୧୬ ତାରିଖ ମଧ୍ୟରେ ଅନ୍‌ଲାଇନ୍‌‌‌ରେ ଫି’ ଦାଖଲ କରିପାରିବେ ଏବଂ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ନାମଲେଖା ହେବ। ୧୯ ତାରିଖ ଅପରାହ୍‌ଣ ୫ଟାରେ ଦ୍ବିତୀୟ ପର୍ଯ୍ୟାୟ ଚୂଡ଼ାନ୍ତ ଡାଟା ଇ-ସ୍ପେସ୍‌ରେ ଉପଲବ୍ଧ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼