Masthead

ଖୋଲିଲା ଶ୍ରୀମନ୍ଦିର

ଭକ୍ତ ଓ ଭଗବାନଙ୍କର ହେବାକୁ ଯାଉଛି ଅପୂର୍ବ ମିଳନ!

ପୁରୀ(ବଡ଼ ଖବର ବ୍ୟୁରୋ): ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଦୀର୍ଘ ୯ ମାସ ପରେ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ବ୍ୟବଧାନ ଆଜି ଦୂରୀଭୁତ ହୋଇଛି । ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ସେବାୟତ ପରିବାର । ଆଜିଠାରୁ ଲଗାତାର ୩ ଦିନ ଧରି ସେବାୟତ ପରିବାର ମହାପ୍ରଭୁଙ୍କର ଦର୍ଶନ କରିପାରିବେ । ଅନ୍ୟପଟେ ୨୬ରୁ ୩୧ଯାଏଁ ପୁରୀ ସହରବାସୀ ଦର୍ଶନ ପାଇବାର ସୁଯୋଗ ପାଇବେ । ୨୬ରୁ ୩୧ ତାରିଖ ପୁରୀ ସହରବାସୀ ଜଗନ୍ନାଙ୍କୁ ଦର୍ଶନ କରି ପାରିବେ । ଏଥିପାଇଁ ୱାର୍ଡୱାରୀ ତାଲିକା ପ୍ରସ୍ତୁତ କରାଯାଇଛି । ୨୬ ତାରିଖ ସକାଳ ୭.୩୦ ମିନିଟ୍ରୁ ପୁରୀବାସୀଙ୍କ ଦର୍ଶନ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ଦର୍ଶନ ୭.୩୦ ରୁ ୧୧.୩୦ ପର୍ଯ୍ୟନ୍ତ ରହିବ । ଦ୍ୱିତୀୟ ପର୍ଯ୍ୟାୟ ୧୨ଟା ରୁ୪ଟା ଓ ତୃତୀୟ ଦଫା ୪.୩୦ରୁ ରାତ୍ର ପହୁଡ଼ ପଡ଼ିବା ପର୍ଯ୍ୟନ୍ତ ଚାଲିବ । ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ ଜଣ ସ୍ୱେଚ୍ଛାସେବୀ ନିୟୋଜିତ ହେବେ । ଆସନ୍ତା ୩ ତାରିଖ ଠାରୁ ସାଧାରଣ ଦର୍ଶନ ଅନୁମତି ମିଳିବ । ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମସ୍ତ ଲୋକ ନିଜର ପରିଚୟ ପତ୍ର ଦେଖାଇ ମନ୍ଦିରର ୪ ଦ୍ୱାର ଦେଇ ପ୍ରବେଶ କରିପାରିିବେ । ସେହିପରି ୨୬ରୁ ପୁରୀବାସୀଙ୍କ ପାଇଁ ଟୋକନ ବ୍ୟବସ୍ଥା କରାଯାଇଛି । ଏବଂ ଜାନୁଆରୀ ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାସ୍କ ଓ ସ।ନିଟାଇଜର ବାଧ୍ୟତାମୂଳକ କରାଯାଇଥିବା ବେଳେ ମନ୍ଦିର ପ୍ରବେଶ ପୂର୍ବରୁ ପ୍ରତି ଭକ୍ତଙ୍କର ଥର୍ମାଲ ସ୍କିନିଂ ମଧ୍ୟ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 SI ସ୍କାମ୍ , ମାମଲା ରୁଜୁ କଲା ସିବିଆଇ 🔴 ଖସୁଛି ପାରଦ, ବଢୁଛି ଥଣ୍ଡା 🔴 କାଲି ଇଭିଏମରୁ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ 🔴 LNJPରେ ଆହତ ବ୍ୟକ୍ତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ 🔴 ଆଜି ପ୍ରଥମାଷ୍ଟମୀ, ନୂଆ ବସ୍ତ୍ର ପିନ୍ଧିବେ ଘରର ଜ୍ୟେଷ୍ଠମାନେ 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’