Masthead

ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ

‘ୟୋଗା ଆଟ ହୋମ, ୟୋଗା ୱିଥ ଫ୍ୟାମିଲି’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ସାରା ବିଶ୍ୱକୁ ଭାରତର ଏକ ଅମୂଲ୍ୟ ଅବଦାନ ହେଉଛି ଯୋଗ । ପ୍ରତିବର୍ଷ ଜୁନ ୨୧ ତାରିଖକୁ ‘ବିଶ୍ୱ ଯୋଗ ଦିବସ’ ଭାବରେ ପାଳନ କରାଯାଏ । ୨୦୧୫ରେ ମିଳିତ ଜାତିସଂଘରେ ଯୋଗ ଦିବସ ପାଳନ କରିବାକୁ ଭାରତ ସରକାର ଦେଇଥିବା ପ୍ରସ୍ତାବକୁ ଅନୁମତି ମିଳିଥିଲା । ସେହି ବର୍ଷ ଜୁନ ୨୧କୁ ବିଶ୍ୱ ଯୋଗ ଦିବସ ଭାବେ ପାଳନ କରାଗଲା । ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ଦ୍ୱାରା ଏକାଗ୍ରତା ବଢ଼ିଥାଏ । ଜଣେ ନିରୋଗ ରହିବା ପାଇଁ ଉତ୍ତମ ମାଧ୍ୟ ହେଉଛି ଯୋଗ ।

ତେବେ ଚଳିତ ବର୍ଷ ଯୋଗ ଦିବସର ଥିମ ରହିଛି ‘ଘରେ ଯୋଗ, ପରିବାର ସହିତ ଯୋଗ’ । ଅର୍ଥାତ ମହାମାରୀ ନିୟମ ପାଳନ କରି ସମ୍ପୂର୍ଣ୍ଣ ପରିବାର ସହ ଯୋଗ କରନ୍ତୁ । ପ୍ରତିବର୍ଷ ଯୋଗ ଦିବସରେ ଲକ୍ଷ ଲକ୍ଷ ଲୋକ ଏକତ୍ରିତ ହୋଇ ଯୋଗ ଦିବସ ପାଳନ କରିଥାନ୍ତି । କିନ୍ତୁ କରୋନା ମହାମାରୀ ପାଇଁ ଗତବର୍ଷ ଭଳି ଏବର୍ଷ ମଧ୍ୟ ଲୋକମାନେ କଟକଣା ମଧ୍ୟରେ ଘରେ ରହି ଯୋଗ କରୁଛନ୍ତି । ତେବେ କରୋନା କାଳରେ ଯୋଗ କରିବା ସମସ୍ତଙ୍କ ପାଇଁ ସଞ୍ଜିବନୀ ସଦୃଶ । ତେଣୁ ଏହି ସମୟରେ ଯୋଗର ଉପକାରିତା ନେଇ ଯେତେ ଜନ ସଚେତନତା ସୃଷ୍ଟି କରାଯାଇ ପାରିବ ତାହା ସେତେ ଭଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ