ଏଥର ଏମିତି ନୀତି ନିର୍ଘଣ୍ଟ: ମଧ୍ୟରାତ୍ରରୁ ସ୍ନାନ ପାଇଁ ବାହାରିବେ ଶ୍ରୀଜିଉ

ପୁରୀ (ବଡ଼ ଖବର ବ୍ୟୁରୋ): ଆଉ କିଛି ଦିନର ଅପେକ୍ଷା । ରଥାରୂଢ ହୋଇ ନବଦିନାତ୍ମକ ଯାତ୍ରାରେ ବାହାରିବେ ତିନିଠାକୁର । ଏହା ପୂର୍ବରୁ ଅନୁଷ୍ଠିତ ହେବ ଦେବସ୍ନାନ ପୂର୍ଣ୍ଣିମା । ଜୁନ୍ ୨୪ରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଯାତ୍ରା । ଜୁଲାଇ ୧୨ରେ ରଥାଯାତ୍ରା । କରୋନା ପାଇଁ ମାହାପ୍ରଭୁଙ୍କ ଦର୍ଶନରୁ ଭକ୍ତ ବଞ୍ଚିତ ଅଛନ୍ତି । ଏହି ଯାତ୍ରାମାନଙ୍କରେ ଦର୍ଶକଙ୍କୁ ସିଧାସଳଖ ଦରଶନ ଅନୁମତି ପାଇଁ । ତେବେ ଟିଭିରେ ସିଧାପ୍ରସାରଣ ଜରିଆରେ ଭକ୍ତମାନେ ଭଗବାନଙ୍କୁ ଦେଖିପାରିବେ । କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁ ମନ ବ୍ୟାକୁଳ ହେଉଛି । ସ୍ନାନଯାତ୍ରାଠାରୁ ନେଇ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତର ନୀତି ନିର୍ଘଣ୍ଟ ପ୍ରକାଶ କରିଛି ଶ୍ରୀମନ୍ଦିର ପ୍ରଶାସନ ।

ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ସ୍ନାନଯାତ୍ରା ପାଇଁ ମଧ୍ୟରାତ୍ରରୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଉଠାଯିବ । ପ୍ରାରମ୍ଭିକ ନୀତିକାନ୍ତି ପରେ ରାତି ୧ଟାରୁ ଭୋର ୪ଟା ମଧ୍ୟରେ ପହଣ୍ତି ଆରମ୍ଭ ହେବ । ଜଳ ବିଜେ ଓ ସ୍ନାନ ୭.୩୦ ରୁ ୯.୩୦, ଛେରାପହଁରା ୧୦.୩୦, ହାତୀବେଶ ୧୧ ଟାରୁ ମଧ୍ୟାହ୍ନ ୧୨ ଟା ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ରଥଯାତ୍ରା ପାଇଁ ରଥ ପ୍ରତିଷ୍ଠା ସକାଳ ୮ଟା, ପହଣ୍ତି ୮.୩୦, ଛେରାପହଁରା ଦିନ ୨ଟା ଓ ରଥଟଣା ଅପରାହ୍ନ ୩ଟାରେ ଅନୁଷ୍ଠିତ ହେବ ।

ସେହିପରି ଜୁଲାଇ ୨୦ ତାରିଖ ଦିନ ବାହୁଡା ଯାତ୍ରା ପାଇଁ ମଧ୍ୟ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି । ପହଣ୍ତି ୧୨ ଟା ୩୦ ରୁ ୨ଟା ୩୦ ଓ ରଥଟଣା ୪ଟାରେ କରାଯିବାକୁ ଆଜି ବୈଠକରେ ନିଷ୍ପତ୍ତି ହୋଇଛି। ରଥାଯାତ୍ରାରେ ଭକ୍ତଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଥିବାରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଓ ବଡଦାଣ୍ତକୁ କର୍ଫ୍ୟୁ ଭଳି କଡ଼ା କଟକଣା ଲଗାଯିବ। ଭକ୍ତମାନେ ଗଣମାଧ୍ୟମ ଜରିଆରେ ମହାପ୍ରଭୁଙ୍କ ଘୋଷଯାତ୍ରାର ସିଧାପ୍ରସାରଣ ଦେଖିପାରିବେ। ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ମହାପ୍ରସାଦ ଯୋଗାଇବା ପାଇଁ ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ