Masthead

ପାଟଣାଗଡ଼ ବିଜେଡିକୁ ଶକ୍ତ ଧକ୍କା

ସାହାରାପଡ଼ା (ବଡ଼ ଖବର ବ୍ୟୁରୋ): ପାଟଣାଗଡ଼ ବିଜେଡିକୁ ଶକ୍ତ ଧକ୍କା । ବିଜେଡି ଛାଡ଼ିଲେ ୭ ସମିତି ସଭ୍ୟ ଓ ଜଣେ ସରପଞ୍ଚ । ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବିଜେପିରେ ହେଲେ ସାମିଲ । ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁଶାସନ ଓ ସ୍ବଚ୍ଛ ଭାବମୂର୍ତ୍ତି ଲୋକଙ୍କୁ କରୁଛି ଆକୃଷ୍ଟ । ଏବେ ବିଜେଡି ଦଳ ଛାଡି ବିଜେପିରେ ସାମିଲ ହେଉଛନ୍ତି ନେତା ଓ କର୍ମୀ । କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନମଣ୍ଡଳୀର ତଣ୍ଡ ଗ୍ରାମ ନିକଟସ୍ଥ ଦେଓ ନଦୀ କୂଳ ଠାରେ ଅନୁଷ୍ଠିତ ହୋଇଥିବା ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭାରେ ସାଂସଦ ଅନନ୍ତ ନାୟକ ଓ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ,ଏବଂ ପୁର୍ବତନ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ଉପସ୍ଥିତିରେ କପୁଣ୍ଡି ସରପଞ୍ଚ ଅନିତା କୁସୁମୁଳୀଆ ଏଵଂ ବାଇକଳା ସମିତି ସଭ୍ୟ ରଜନୀଗନ୍ଧା ନାଏକ, ଉଦୟପୁର ସମିତି ସଭ୍ୟ ରୀନୁ ମୁଣ୍ଡା, ଗଣ୍ଡବେଡା ସମିତି ସଭ୍ୟ ପଦ୍ମିନୀ ନାଏକ, ସାହାରପଡା ସମିତି ସଭ୍ୟ ନବକିଶୋର ସେଠୀ, ମଲ୍ଲାରପଦା ସମିତି ସଭ୍ୟ ଗୋଜାନନ ନାଏକ, ତେଣ୍ଡରା ସମିତି ସଭ୍ୟ ଲଳିତ ମୁଣ୍ଡା,ଶଙ୍ଖୁଆ ସମିତି ସଭ୍ୟ ଗୀତାଞ୍ଜଳି ଦଣ୍ଡପାଟ, ଗୋରାସ ସମିତି ସଭ୍ୟ ଗୋଲକ ବିହାରୀ ନାଏକ, ଡାଳପକା ସମିତି ସଭ୍ୟ ଦିପକ କୁମାର ମହାନ୍ତ ପ୍ରମୁଖ ବିଜେଡି ଛାଡ଼ି ବିଜେପିରେ ସାମିଲ ହେଇଥିଲେ । ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିବା ନେତା ଓ କର୍ମୀମାନଙ୍କୁ ସ୍ଵାଗତ କରିଛନ୍ତି ସାଂସଦ ଅନନ୍ତ ନାୟକ ଓ ଜିଲ୍ଲା ସଭାପତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ