Masthead

ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ!

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନବୀନ-ପାଣ୍ଡିଆନ ଯୋଡିକୁ ଚେକ୍ ଦେବା ପାଇଁ ବଡ ପ୍ଲାନ୍ । ଦେବାଷିଶ ଓ ସୌମ୍ୟ ହେଲେ ଏକାଠି! ରଣନୀତି କଲେ ପ୍ରସ୍ତୁତ? ଦୁହିଁଙ୍କ ଉପରେ ହୋଇଥିବା ଅତ୍ୟାଚାରର ନେବେ ବଦଲା । ପାଣ୍ଡିଆନ କୋଙ୍କୁ ଦେବେ ଉଚିତ୍ ଶାସ୍ତି । କଟକରେ ବସିଲେ, ଅନେକ ଦିଗକୁ ନେଇ କଥା ବି ହେଲେ । ରାଜନୈତିକ ଚର୍ଚ୍ଚାକୁ ବଢାଇଲେ ଖୋରାକ୍ । ସୌମ୍ୟଙ୍କ ପରି ଏବେ ଦେବାଶିଷଙ୍କ ଉପରେ ବିଜେଡି କରିଚାଲିଛି ଆକ୍ରମଣ । ପାଣ୍ଡିଆନଙ୍କୁ ନେଇ ଦେବାଶିଷ କହୁ କହୁ ଅଣ ଓଡ଼ିଆଙ୍କ ଢାଲ ହୋଇ ଠିଆ ହୋଇଗଲେ ରାଜ୍ୟସଭା ସାଂସଦ । କାହିଁକି ପାଣ୍ଡିଆନଙ୍କୁ ନେଇ ଖୋଲିଲ ମୁହଁ କହି ଦେବାଶିଷଙ୍କ ଉପରେ ବର୍ଷିଥିଲେ । ନେତା ପାଣ୍ଡିଆନଙ୍କ କଥା କହୁ କହୁ ଚିହିଁକି ଉଠୁଛି ନବୀନ ନିବାସ । ସକ୍ରିୟ ହୋଇ ଯାଉଛନ୍ତି ପାଣ୍ଡିଆନ ଟିମ୍ । ନିଜ ନେତାଙ୍କୁ କାଠଗଡାରେ ଠିଆ କରି ବଦନାମ୍ କରିବାକୁ ଦେଉନାହାନ୍ତି ପଛଘୁଞ୍ଚା କଟକର ଏକ କାର୍ଯ୍ୟକ୍ରମରେ ଯେତେବେଳେ ଦୁହେଁ ହୁଅନ୍ତି ଏକତ୍ରିତ ।

ବିଜେଡି ଶିବିରରେ ସୃଷ୍ଟି ହୁଏ କମ୍ପନ । ଦେଖାଦିଏ ଧାଁ ଦଉଡ଼ । ଯାହା ଏବେ ହେବାରେ ଲାଗିଛି । କ’ଣ ଦେବାଶିଷ ଓ ସୌମ୍ୟଙ୍କ ଭିତରେ ଘଟିଲା ତାକୁ ନେଇ ଚାଲିଛି ଅଙ୍କ କଷା । ସାରଳା ଭବନ ବୈଠକକୁ ନେଇ ବିଜେଡି ଖୋଜୁଛି ଖିଅ । ପୁଣି କିଛି ବିଷ ଓଗାଳିବା ପାଇଁ ହେଉନାହାନ୍ତି ତ ପ୍ରସ୍ତୁତ? କେଉଁ ଦିଗକୁ ଉଭୟଙ୍କର ରହିବ ନିଶାନା ତାକୁ ନେଇ ସୃଷ୍ଟି ହୋଇଛି କୋକୁଆ ଭୟ । ପୁଣି ପାଣ୍ଡିଆନଙ୍କ ଆଡକୁ ନାହିଁ ତ ନଜର? ଏହାକୁ ନେଇ ଶଙ୍ଖ ଭବନ ଠାରୁ ନବୀନ ନିବାସରେ ଦେଖା ଦେଇଛି କସରତ୍ । କେମିତି ଦୁହେଁଙ୍କୁ ଦେବେ ଚେକ୍ ସେଥି ପାଇଁ ଚାଲିଛି ବଡ ପ୍ଲାନ । ସରକାରରେ ଥିବା ବେଳେ ସିନା ସୌମ୍ୟଙ୍କୁ ଦମନ କରିବାରେ ସହାୟକ ହୋଇଥିଲା କ୍ଷମତା । କିନ୍ତୁ ଏବେ କରିବେ କ’ଣ? କିଏ ଆଉ ମାନିବ ନବୀନଙ୍କ କଥା । କାହିଁକି ନା ଗୋଟେ ପରେ ଗୋଟେ ବଢାଇ ଚାଲିଛନ୍ତି ଦଳପତିଙ୍କ ମୁଣ୍ଡବିନ୍ଧା । ଆଉ ଏପଟେ ଦେବାଷିଶ ଓ ସୌମ୍ୟଙ୍କ ଭେଟଘାଟ୍ ବଢାଇଛି ଟେନସନ୍ । ସମୟ କହିବ ଏ ଭେଟଘାଟ୍ କାହା ପାଇଁ କ’ଣ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା