Masthead

ଭୋକ ସହ ସଙ୍ଘର୍ଷ କରୁଛି ଆଠ ମାସର ଶିଶୁକନ୍ୟା !

ବାପା ମାଆ ବଂଚିଥାଉ ଥାଉ, ଛୁଆ ହୋଇଗଲେ ଅନାଥ ।

କାକଟପୁର : ପୁଣି ପୁରୀ ଜିଲ୍ଲା କାକଟପୁର ରୁ ଆସିଲା ଛାତି ଥରାଇ ଦେବା ଭଳି ଦୃଶ୍ୟ । ତିନୋଟି ଛୋଟ ପୁଅ ସହ ଆଠ ମାସର କୋମଳମତି ଛୋଟ ଝିଅଟିକୁ ବୁଢ଼ୀ ଆଇ ପାଖରେ ଜରୀ ତମ୍ବୁ ତଳେ ଛାଡ଼ିଦେଇ ୪ମାସ ହେବ କେଉଁଆଡେ ଚାଲିଯାଇଛନ୍ତି ବାପା ମା ।
ସୂଚନାଯୋଗ୍ୟ ଯେ କାକଟପୁର ବ୍ଲକ ଓ ସିଡିପିଓ ଅଫିସ ଠାରୁ ୧୦୦ ମିଟର ପାଖ କାକଟପୁର ବ୍ଲକ ପଡିଆ ରେ ବୋଇତିକୁଦ ରୁ ବାସନ୍ଦ ହୋଇଥିବା ଚନ୍ଦ୍ରମଣି ସେଠି ର ପଲିଥିନ କୁଡ଼ିଆ ।
ଯୋଉଠି ନିର୍ଦୟ ବାପା ମା , ଗରିବ ମାମୁଁଘର ଅଜା ଆଇଙ୍କ ପାଖରେ ନିଜର ଚାରି ଚାରି ଟା ଛୁଆଙ୍କୁ ଛାଡ଼ି ପ୍ରାୟ ୪ମାସ ହେବ କେଉଁଆଡେ ଚାଲିଯାଇଛନ୍ତି । ଅଜା ଚନ୍ଦ୍ରମଣି ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଓ ତାଙ୍କ ପରିବାର ରେ ଜଣେ ଦିବ୍ୟାଙ୍ଗ ପୁଅ ସହ ଦୁଇଟି ଛୋଟ ଝୀଅ କୁ ନେଇ ଆଠ ଜଣଙ୍କ ସଂସାର ଚଲେଇବା କରୋନା ସମୟରେ ବହୁତ କଷ୍ଟଦାୟକ ହୋଇ ପଡିଛି । ଆଠ ମାସର ଶିଶୁକନ୍ୟା ଖାଉଛି ଭାତ ଚକଟା , ଏହାଠୁ ଦୁର୍ଭାଗ୍ୟ ଜନକ ଆଉ କଣ ହୋଇପାରେ? ସରକାର ଙ୍କ ସବୁ ଯୋଜନା ଏଠି ଫେଲ ମାରିଛି । ଅଂଚଳରେ ଛୁଆ ଜନ୍ମ ହେଇ ଆଠ ମାସ ହେଲାଣି ଆଶା ଅଙ୍ଗନବାଡି ଜାଣିନାହାନ୍ତି ଛୁଆଟେ ଜନ୍ମ ହେଇଛି ବୋଲି ଏ ବାବଦରେ କାକଟପୁର ପଂଚାୟତ ସମିତି ଅଧ୍ୟକ୍ଷା ଙ୍କୁ ପଚାରିବାରୁ ସେ ତୁରନ୍ତ ବିଡ଼ିଓ ଏବଂ ସିଡିପିଓ ଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଅନ୍ୟପକ୍ଷରେ ସିଡ଼ିପିଓ ଙ୍କ ପ୍ରତିକ୍ରିୟା ମିଳିପାରୀ ନଥିବା ବେଳେ ସ୍ଥାନୀୟ ଜନସାଧାରଣ ଜିଲ୍ଲାପାଳଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବକ ପିଲା ମାନଙ୍କୁ ସେମାନଙ୍କର ମାନବାଧିକାର ତଥା ମୌଳିକ ଅଧିକାର ପ୍ରଦାନ କରିବାକୁ ଦାବୀ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା