କାଦୁଅରେ ପଶି କଲବଲ ହେଲା ଦନ୍ତା

ସାହାରାପଡ଼ା (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳର ଖିରେଇଟାଙ୍ଗିରି ସେକ୍ସନ ବାଉଁଶୁଳି ସଂରକ୍ଷିତ ଜଙ୍ଗଲରେ ଦନ୍ତା ହାତୀ ବନ ବିଭାଗ ଗାତ କରିଥିବା କାଦୁଅ ଗାତରେ ଫସି ରହିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ହାତୀଟି ବାଉଁଶୁଳି ଜଙ୍ଗଲ ଭିତରେ ବନ ବିଭାଗ ପକ୍ଷରୁ ଖୋଳା ଯାଇଥିବା ଟ୍ରେଞ୍ଚ କାଦୁଅରେ ଫସି ହନ୍ତସନ୍ତ ହୋଇଥିଲା। ବାରମ୍ବାର ଉଠିବାକୁ ହାତୀଟି ଚେଷ୍ଟା କରୁଥିବା ବେଳେ ପଛ ଗୋଡ଼ ଦୁଇଟି କାଦୁଅରେ ଫସି ଯିବାରୁ ଉଠି ପାରିନଥିଲା। ଶେଷରେ ବହୁ ସମୟର ଉଦ୍ୟମ ପରେ ହାତୀଟି କାଦୁଅରୁ ଉଠି ଆସିଥିଲା।

 ତେବେ ହାତୀଟି କାଦୁଅରୁ ବାହାରିବା ପରେ ବାଉଁଶୁଳି ନିକଟରେ ୪୯ ନମ୍ବର ଜାତୀୟ ରାଜପଥ ଉପରେ କିଛି ସମୟ ଯାଏଁ ଛିଡା ହୋଇ ରହିଥିଲା। ଫଳରେ ସେହି ରାସ୍ତାରେ ଗାଡି ଚାଳଚଳ ବ୍ୟାହତ ହୋଇଥିଲା। ଲୋକମାନେ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଥିଲେ। ହାତୀଟି ଯିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଭିଡିଓରେ ଦୁଇଜଣ ବ୍ୟକ୍ତି ହାତରେ ବାଡ଼ି ଧରି ହାତୀକୁ ଘଉଡଉ ଥିବା ଓ ଲୋକ ଟେକା ପଥର ଫିଙ୍ଗୁଥିବା ଦୃଶ୍ୟ ନଜରକୁ ଆସିଛି। ଏହି ଘଟଣା ବନ୍ୟଜନ୍ତୁ ପ୍ରତି ନିଷ୍ଠୁର ବ୍ୟବହାରକୁ ନେଇ ସାଧାରଣ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ଘଟଣାସ୍ଥଳରେ ପାଟଣା ରେଞ୍ଜର ଉପସ୍ଥିତ ନଥିବାରୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ