Masthead

କାଦୁଅରେ ପଶି କଲବଲ ହେଲା ଦନ୍ତା

ସାହାରାପଡ଼ା (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳର ଖିରେଇଟାଙ୍ଗିରି ସେକ୍ସନ ବାଉଁଶୁଳି ସଂରକ୍ଷିତ ଜଙ୍ଗଲରେ ଦନ୍ତା ହାତୀ ବନ ବିଭାଗ ଗାତ କରିଥିବା କାଦୁଅ ଗାତରେ ଫସି ରହିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ହାତୀଟି ବାଉଁଶୁଳି ଜଙ୍ଗଲ ଭିତରେ ବନ ବିଭାଗ ପକ୍ଷରୁ ଖୋଳା ଯାଇଥିବା ଟ୍ରେଞ୍ଚ କାଦୁଅରେ ଫସି ହନ୍ତସନ୍ତ ହୋଇଥିଲା। ବାରମ୍ବାର ଉଠିବାକୁ ହାତୀଟି ଚେଷ୍ଟା କରୁଥିବା ବେଳେ ପଛ ଗୋଡ଼ ଦୁଇଟି କାଦୁଅରେ ଫସି ଯିବାରୁ ଉଠି ପାରିନଥିଲା। ଶେଷରେ ବହୁ ସମୟର ଉଦ୍ୟମ ପରେ ହାତୀଟି କାଦୁଅରୁ ଉଠି ଆସିଥିଲା।

 ତେବେ ହାତୀଟି କାଦୁଅରୁ ବାହାରିବା ପରେ ବାଉଁଶୁଳି ନିକଟରେ ୪୯ ନମ୍ବର ଜାତୀୟ ରାଜପଥ ଉପରେ କିଛି ସମୟ ଯାଏଁ ଛିଡା ହୋଇ ରହିଥିଲା। ଫଳରେ ସେହି ରାସ୍ତାରେ ଗାଡି ଚାଳଚଳ ବ୍ୟାହତ ହୋଇଥିଲା। ଲୋକମାନେ ରାସ୍ତାର ଉଭୟ ପାର୍ଶ୍ଵରେ ଅଟକି ରହିଥିଲେ। ହାତୀଟି ଯିବା ପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଭିଡିଓରେ ଦୁଇଜଣ ବ୍ୟକ୍ତି ହାତରେ ବାଡ଼ି ଧରି ହାତୀକୁ ଘଉଡଉ ଥିବା ଓ ଲୋକ ଟେକା ପଥର ଫିଙ୍ଗୁଥିବା ଦୃଶ୍ୟ ନଜରକୁ ଆସିଛି। ଏହି ଘଟଣା ବନ୍ୟଜନ୍ତୁ ପ୍ରତି ନିଷ୍ଠୁର ବ୍ୟବହାରକୁ ନେଇ ସାଧାରଣ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ଘଟଣାସ୍ଥଳରେ ପାଟଣା ରେଞ୍ଜର ଉପସ୍ଥିତ ନଥିବାରୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ