Masthead

ଅତୁଟ ବନ୍ଧନ: ସ୍ତ୍ରୀର ଜୁଇକୁ ଡେଇଁ ସ୍ୱାମୀ ମୃତ

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ସ୍ତ୍ରୀର ଜୁଇକୁ ଡେଇଁ ସ୍ୱାମୀ ମୃତ । ସ୍ତ୍ରୀର ମୃତ୍ୟୁକୁ ସହିପାରିଲାନି ସ୍ୱାମୀ । ଶେଷରେ ସ୍ତ୍ରୀର ଜୁଇକୁ ଡେଇଁ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି ସ୍ବାମୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ସିଆଲଯୋଡ଼ି ଗ୍ରାମରେ।

ମଙ୍ଗଳବାର ଗ୍ରାମର ନୀଳମଣି ଶବରଙ୍କ ସ୍ତ୍ରୀ ରଏବାରୀ ଶବରଙ୍କ ହୃତଘାତରେ ମୃତ୍ୟୁ ହୋଇଥିଲା। ତାଙ୍କର ୪ ପୁଅ ଓ ଆତ୍ମୀୟମାନେ ଆସିବା ପରେ ଶବ ସତ୍କାର କରିବାକୁ ଗାଁ ଶ୍ମଶାନକୁ ନେଇଥିଲେ। ରଏବାରୀଙ୍କ ଜୁଇ ଜଳିବା ପରେ ସମସ୍ତେ ସ୍ନାନ କରି ଘରକୁ ଫେରିଥିଲେ। ସେଠାରେ ତାଙ୍କ ସ୍ୱାମୀ , ଆଉ ୨ଜଣ ଜଗିଥିଲେ। ମାନସିକ ଭାରସାମ୍ୟ ହରାଇ ହଠାତ୍ ଜୁଇ ଉପରକୁ ନୀଳମଣି ଡେଇଁପଡ଼ି ଜୀବନ୍ତ ଦଗ୍ଧ ହୋଇଥିଲେ।

ନିଆଁ ହୁ ହୁ ହୋଇ ଜଳୁଥିବାରୁ ତାଙ୍କୁ ବଞ୍ଚାଇବାକୁ କେହି ସାହାସ କରି ପାରିନଥିଲେ। ତୁରନ୍ତ ତାଙ୍କର ୪ ପୁଅ, ଗ୍ରାମବାସୀ ଶ୍ମଶାନକୁ ଯାଇଥିଲେ। ସ୍ତ୍ରୀର ଜୁଇକୁ ସ୍ବାମୀ ଡେଇଁବା ଘଟଣା ଜଣାପଡ଼ିବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି