Masthead

ବୁଡିଗଲା ପୋଲ, ଧୋଇଗଲା ରାସ୍ତା

ଉଦଳା (ବଡ଼ ଖବର ବ୍ୟୁରୋ):  ବୁଡ଼ିଲା ଅସ୍ଥାୟୀ ପୋଲ ଧୋଇଗଲା ରାସ୍ତା। ଲଗାଣ ବର୍ଷା କାରଣରୁ ଫୁଲିଛି ଦେଓ ନଦୀ। ଦେଓ ନଦୀ ଫୁଲିବା ଫଳରେ ଉଦଳା – ବାଲେଶ୍ୱର ରାସ୍ତାର କଇଁସାରି ଠାରେ ଥିବା ଅସ୍ଥାୟୀ ପୋଲ ଉପରେ ୬ ଫୁଟ ରୁ ଅଧିକ ପାଣି ପ୍ରବାହିତ ହେବା ସହିତ ବୁଡ଼ିଯାଇଛି ।  ପୋଲ ଆଉ ପୋଲ ଉଭୟ ପାର୍ଶ୍ଵର ରାସ୍ତା ଧୋଇ ହୋଇଯାଇଛି। ଯାହା ଫଳରେ ଉଦଳା – ବାଲେଶ୍ୱର ଯୋଗାଯୋଗ ବିଛିନ୍ନ ହୋଇଛି ।

ଏହା ସହିତ ଉଦଳା ଏବଂ ଗୋପବନ୍ଧୁ ନଗର ବ୍ଲକ ପ୍ରାୟ ୮ ପଞ୍ଚାୟତ ମଧ୍ୟରେ ଯୋଗାଯୋଗ ଠପ ହୋଇଛି। ଧୀରେ ଧୀରେ ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ସ୍ଥିତି ଗମ୍ଭୀର ହେବାର ସମ୍ଭାବନା ଦେଖାଦେଇଛି । ପୋଲ ବୁଡିବା ଆଉ ରାସ୍ତା ଧୋଇବା ଫଳରେ ଏହି ରାସ୍ତାରେ ଯାତାୟାତ ବନ୍ଦ ହୋଇଛି । ଯାହା ଫଳରେ ଲୋକେ ୨୫ କିଲୋମିଟର ବୁଲି ଅନ୍ୟ ରାସ୍ତାରେ ଯାଉଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ