Masthead

ସ୍ୱର୍ଣ୍ଣ ଜିତିଲେ ଶର୍ମିଳା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଇତିହାସ ରଚିଲେ ଭାରତୀୟ ଝିଅ ଶର୍ମିଳା । ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ଚାଲିଥିବା ୨୦୨୬ କମନୱେଲଥ୍ ଗେମ୍ସରେ ସୁନା ଜିତିଲେ ଭାରତୀୟ ଝିଅ ଶର୍ମିଳା ଧନଖର । ପାରା ସଟପୁଟରେ ସ୍ୱର୍ଣ୍ଣ ପଦକ ଜିତି ଦେଶର ଗୌରବ ବଢ଼ାଇଛନ୍ତି । ମହିଳା ସଟ୍‌ପୁଟ୍‌ (ଏଫ୍୫୭) ଶର୍ମିଳା ପ୍ରଥମ ପ୍ରୟାସରେ ୯.୪୮ ମିଟର ଫିଙ୍ଗିଥିଲେ । ପରେ ତୃତୀୟ ପ୍ରୟାସରେ ୯.୮୧ ମିଟର ଫିଙ୍ଗି ସ୍ୱର୍ଣ୍ଣ ପକ୍କା କରିଥିଲେ । ଘାନାର ଜିନାବୁ ଇସା (୮.୬୫ ମିଟର) ରୌପ୍ୟ ଏବଂ ଶିଳ୍ପା କେ. ଶ୍ୟାଲା (୭.୨୬ ମିଟର) ବ୍ରୋଞ୍ଜ ଜିତିଥିଲେ । ସ୍ୱର୍ଣ୍ଣ ପଦକ ଜିତିବା ପରେ ଶର୍ମିଳା କହିଛନ୍ତି, “ଦେଶ ପାଇଁ ପଦକ ଜିତି ମୁଁ ବହୁତ ଖୁସି ଏବଂ ଗର୍ବିତ । ଭବିଷ୍ୟତରେ ମଧ୍ୟ ଏଭଳି ଭାବେ ଦେଶ ପାଇଁ ସମ୍ମାନ ଆଣିବାକୁ ଚେଷ୍ଟା କରିବି । ଏହି ଐତିହାସିକ ସଫଳତା ପରେ ସେ ନିଜର ଖୁସି ବ୍ୟକ୍ତ କରିବା ସହ ଏହି ପଦକକୁ ନିଜ ମା’ଙ୍କୁ ଉତ୍ସର୍ଗ କରିଛନ୍ତି । ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲାର ଚିତ୍ରୌଲି ଗାଁର ବାସିନ୍ଦା ଶର୍ମିଲା ଧନଖର ପ୍ରଥମରୁ ହିଁ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ।

ଦୁଇ ବର୍ଷ ବୟସରେ ସେ ପୋଲିଓରେ ପକ୍ଷାଘାତର ଶିକାର ହୋଇଥିଲେ । ଯାହା ଫଳରେ ତାଙ୍କର ଗୋଟିଏ ଗୋଡ଼ ପକ୍ଷାଘାତଗ୍ରସ୍ତ ହୋଇଯାଇଥିଲା । ତାଙ୍କ ବାପା ଜଣେ କ୍ଷୁଦ୍ର ଚାଷୀ, ଉପଯୁକ୍ତ ଚିକିତ୍ସା ଖର୍ଚ୍ଚ ବହନ କରିପାରି ନ ଥିଲେ ଏବଂ ତାଙ୍କ ମା’ ମଧ୍ୟ ତାଙ୍କର ଯତ୍ନ ନେବାକୁ ଅସମର୍ଥ ଥିଲେ । ତଥାପି ଏହି ପରିସ୍ଥିତିରେ ସେ ହାର ମାନି ନ ଥିଲେ । ୩୪ବର୍ଷ ବୟସରେ ସେ ନିଜ ସଫଳତାକୁ ହାତେଇ ପାରିଛନ୍ତି । ଆଗାମି ଦିନରେ ଅନେକ ପଦକ ଜିତି ଭାରତର ନାଁକୁ ବିଶ୍ୱ ଦରବାରରେ ଆହୁରି ଗୌରବାନ୍ୱିତ କରିବାକୁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି ଶର୍ମିଳା । କମନୱେଲଥ୍ ଗେମ୍ସରେ ଏହା ତାଙ୍କର ପ୍ରଥମ ପଦକ ହୋଇଥିଲେ ମଧ୍ୟ, ଏସୀୟ କ୍ରୀଡ଼ା ଓ ଅଲିମ୍ପିକ୍ସ ଏବେ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେବ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ