Masthead

‘ୟାଶ୍’ ମାନେ ହତାଶ୍, ନାଁ ଦେଇଛି ଓମାନ: ଜାଣନ୍ତୁ କେମିତି ଦିଆଯାଏ ବାତ୍ୟାର ନାଁ ?

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ମଣିଷ ଯେତେ ଶକ୍ତିଶାଳୀ ହେଉନା କାହିଁକି ପ୍ରକୃତି ପାଖରେ ହାର ମାନିଛି।  ପ୍ରକୃତି ତାର କରାଳ ରୂପ ଦେଖାଉଛି । ଦେଶ କରୋନା ସହ ଜୁଝି ହେଉଥିବା ବେଳେ ବାତ୍ୟା ଦେଶକୁ ବିପଦ ଆଣି ଦେଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଉଛି, ଯାହାର ନାମ ‘ୟାଶ୍’ । ଏହି ବାତ୍ୟା ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବିପଦ ସୃଷ୍ଟି କରିପାରେ। ଏହି ବାତ୍ୟାର ଏଭଳି ନାମ ନିଶ୍ଚିତ ଅଦ୍ଭୁତ ଲାଗୁଥିବ । ତେବେ ଆସନ୍ତୁ ଜାଣିବା କିଏ ଓ କାହିଁକି ଏହି ବାତ୍ୟାର ନାମ ‘ୟାଶ୍’ ରଖାଯାଇଛି।

ପାଣିପାଗ ବିଶେଷଜ୍ଞମାନେ ସମ୍ଭାବ୍ୟ ବାତ୍ୟା ‘ୟାଶ୍’କୁ ଏକ ବିପଜ୍ଜନକ ଝଡ଼  ବୋଲି ବିଚାର କରିଛନ୍ତି। ଏହି ସାଇକ୍ଲୋନିକ୍ ଝଡ଼ର ପ୍ରଭାବ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପରେ ପଡ଼ିବ। ଏହି ‘ୟାଶ୍’ ଝଡ଼ର  ନାମକରଣ  ଓମାନ କରିଛି।  ‘ୟାଶ୍’ ଅର୍ଥ ହତାଶ । ପାଣିପାଗ ବିଭାଗ ‘ୟାଶ୍’ ଝଡ଼ର ପରିସ୍ଥିତି ଉପରେ ନଜର ରଖିଛି। ଏହାର ଗତି ମଧ୍ୟ ସେ ସୂଚିତ କରିଛି।

ବାତ୍ୟା ‘ୟାଶ୍’ ର ନାମକରଣ ପଛରେ ଏକ ଚିରାଚରିତ ପ୍ରକ୍ରିୟା ରହିଛି । ‘ୟାଶ୍’ ନାମକରଣ ଓମାନ କରିଛି । ଏହା ଏକ ଓମାନ ଶବ୍ଦ । ଯାହାର ଅର୍ଥ ହତାଶ। ସେହିଭଳି ପୂର୍ବରୁ ହୋଇଥିବା ବାତ୍ୟା ଗୁଡ଼ିକର ନାମ ତେରଟି ଦେଶ ଦେଇଛନ୍ତି । ବିଶ୍ୱ ପାଣିପାଗ ବିଭାଗ ବା ସଂଯୁକ୍ତ ରାଷ୍ଟ୍ର ଆର୍ଥିକ ଏବଂ ସାମାଜିକ ଆୟୋଗ ଏସିଆ ପ୍ୟାନେଲ ଦ୍ୱାରା ଏହି ଝଡ଼ବାତ୍ୟାର ନାମ ଦିଆଯାଇଥାଏ । ଏହି ପ୍ୟାନେଲରେ ୧୩ଟି  ଦେଶ ରହିଛନ୍ତି । ସେମାନଙ୍କ ମଧ୍ୟରେ ଭାରତ, ବାଂଲାଦେଶ, ମାଲଦୀପ, ମିଆଁମାର, ପାକିସ୍ତାନ, ଓମାନ, ଶ୍ରୀଲଙ୍କା, ଥାଇଲାଣ୍ଡ, ଇରାନ, କତର, ସାଉଦି ଆରବ, ୟୁଏଇ ଏବଂ ୟମନ ସାମିଲ ଅଛନ୍ତି । ଏହି ସବୁ ଦେଶ ମିଳିତ ଭାବେ ବାତ୍ୟାର ନାମକରଣ କରିଥାନ୍ତି । ଗତବର୍ଷ ସମସ୍ତ ଦେଶ ୧୩ଟି ବାତ୍ୟାର ନାମ ଦେଇଥିଲେ । ସେହିଭଳି ବର୍ତ୍ତମାନ ପର୍ଯ୍ୟନ୍ତ  ସମୁଦାୟ ଏକ ଶହ ୭୦ଟି ବାତ୍ୟାର ନାମ ଏହି ପ୍ୟାନେଲ ଦେଇଥିବା ଜଣା ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ