Masthead

ଭୋଟ ଗ୍ରହଣ ବେଳେ ବୁଥ ଭିତରକୁ କଟାମୁଣ୍ଡ ପକାଇଲା ଦୁର୍ବୁତ୍ତ

(ବଡ଼ ଖବର ବ୍ୟୁରୋ): ରବିବାର ମେକ୍ସିକୋ ସୀମାନ୍ତବର୍ତ୍ତୀ ତିଜୁଆନା ସହର ନିକଟ ତେରାଜାସ୍ ଡେଲ୍‌ ଭାଲେରେ ‘ମିଡଟର୍ମ ଇଲେକ୍ସନ୍‌’ ପାଇଁ ଚାଲିଥିଲା ଭୋଟ ଗ୍ରହଣ । ତେବେ ଏହି ସମୟରେ ଜଣେ ବ୍ୟକ୍ତି ‌ବୁଥ୍‌ ଭିତରକୁ କଟାମୁଣ୍ଡ ଫିଙ୍ଗିଥିବା ଜଣାପଡ଼ିଛି । ଏନେେଇ ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି । କେବଳ ସେତିକି ନୁହେଁ ନିକଟବର୍ତ୍ତୀ ଅଞ୍ଚଳରୁ ମାନବ ଅଙ୍ଗପ୍ରତ୍ୟଙ୍ଗ ଓ କଟା ହାତ ଭରା ଏକ ପ୍ଲାଷ୍ଟିକ୍‌ ବସ୍ତା ମଧ୍ୟ ମିଳିଥିବା ସେମାନେ କହିଛନ୍ତି। ତେବେ କଟାମୁଣ୍ଡଟିକୁ ଫିଙ୍ଗି ଦେଇ ଲୋକଟି ପଳାଇଯାଇଛି । ତେବେ ସେହି ଲୋକଟି ଧରା ପଡ଼ିଛି କି ନା ଏନେଇ କୌଣସି ତଥ୍ୟ ଦେଇନାହାନ୍ତି କର୍ତ୍ତୁପକ୍ଷ । ସେହିପରି ଏହି ଘଟଣା ନିର୍ବାଚନ ହିଂସା କି ନା ସେକଥା ମଧ୍ୟ କହିନାହାନ୍ତି କର୍ତ୍ତୁପକ୍ଷ । ସାଂସଦ ଏବଂ ରାଜ୍ୟ କର୍ତ୍ତୃପକ୍ଷ ନିର୍ବାଚନ ନିମନ୍ତେ ଚଳିତ ମେକ୍ସିକୋ ନିର୍ବାଚନ ପ୍ରଚାର ଅଭିଯାନରେ ଏହା ହେଉଛି ଅନ୍ୟତମ ରକ୍ତରଞ୍ଜିତ ଅଧ୍ୟାୟ।

ନିରାପତ୍ତା ପରାମର୍ଶଦାତା ‘ଇଟେଲେକ୍ଟ’ କହିଛି ଯେ, ଏହି ପ୍ରଚାର ଅଭିଯାନରେ ୯୭ଜଣ ରାଜନେତାଙ୍କୁ ହତ୍ୟା କରାଯାଇଥିବା ବେଳେ ୯୩୫ଜଣ ଆକ୍ରମଣର ଶିକାର ହୋଇଛନ୍ତି। ୨୦୧୭-୨୦୧୮ ନିର୍ବାଚନ ତୁଳନାରେ ଏଥର ନିର୍ବାଚନୀ ଆକ୍ରମଣ ୧୭.୫% ବୃଦ୍ଧି ପାଇଛି। ପୌର ନିର୍ବାଚନସ୍ତରରେ ଅଧିକାଂଶ ହିଂସାକାଣ୍ଡ ହେଉଥିବା କଥା ମଧ୍ୟ ଜଣାପଡ଼ିଛି । ଚଳିତ ମେକ୍ସିକୋ ନିର୍ବାଚନରେ ନିମ୍ନ ସଦନର ୫୦୦ ଆସନ, ୧୫ଟି ପ୍ରଦେଶ ପାଇଁ ରାଜ୍ୟପାଳ ଏବଂ ହଜାର ହଜାର ସଂଖ୍ୟକ ଆଞ୍ଚଳିକ ନେତା ଚୟନ ଲାଗି ଭୋଟ୍ ଗ୍ରହଣ ଚାଲିଛି। ୯୩.୫ ନିୟୁତ ମେକ୍ସିକୋବାସୀ ଏହି ଭୋଟ୍‌ ପ୍ରକ୍ରିୟାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ