Masthead

ପୁରାଣର ଗଙ୍ଗବତୀ ନଦୀ ଏବେ ଗଙ୍ଗୁଆ ନାଳ

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ପୁରାଣର ଗଙ୍ଗବତୀ ନଦୀ ଏବେ ଗଙ୍ଗୁଆ ନାଳ । ଏକଦା ଭୁବନେଶ୍ୱରର ପ୍ରମୁଖ ନଦୀ ଥିବା ଗଙ୍ଗୁଆ ଏବେ ନାଳରେ ପରିଣତ ହୋଇଛି । ସହରଯାକର ବର୍ଜ୍ୟବସ୍ତୁରେ ଭର୍ତ୍ତି ହୋଇଛି, ପାଣି ବିଷ ପାଲଟିଛି, ଗନ୍ଧରେ ନାକ ଫାଟି ପଡୁଛି । ଏହାର ଦୁଇ ପଟକୁ ପୋତି ପୋତି ଠିଆ ହୋଇଛି କଂକ୍ରିଟର ସହର । ଗତିପଥ ବଦଳେଇବାକୁ ବାଟ ବି ପାଉନି ଗଙ୍ଗୁଆ । ବିଶେଷ ଭାବରେ ସହରରେ ସ୍ୱେରେଜ ବ୍ୟବସ୍ଥା ନଥିବାରୁ ସହର ଯାକର ମଇଳା ଏଥିରେ ପଡ଼ୁଛି । ରାଜ୍ୟରେ ପ୍ରଦୂଷିତ ଚିହ୍ନଟ ହୋଇଥିବା ୧୯ ନଦୀ ମଧ୍ୟରେ ଗଙ୍ଗୁଆ ଶୀର୍ଷରେ ରହିଛି । ପ୍ରାୟ ୪୦ କିମି ଲମ୍ବର ଏହି ନଦୀ କେବଳ ଭୁବନେଶ୍ୱରେ ୧୫ କିମି ରହିଛି । ଦିନଥିଲା ଗଙ୍ଗୁଆର ପାଣି ଥିଲା କାଚକେନ୍ଦୁ ଭଳି ସ୍ୱଚ୍ଛ । ଏହାର ପାଣି ଉପରେ ନିର୍ଭର କରୁଥିଲେ ରାଜଧାନୀବାସୀ । ଅଥଚ ଏବେ ଏହା ବ୍ୟବହାର ଉପଯୋଗୀ ତ ଦୂରର କଥା ଯଦି କେତେବେଳେ ଭୁଲ ବଶତଃ ଏହାର ପାଣି କେହି ପିଇଦିଅନ୍ତି ତେବେ ମରିବାଟା ଶୁନିଶ୍ଚିତ ।

ଉତ୍କଳର ଗଙ୍ଗା ଗଙ୍ଗୁଆ । ଏକାମ୍ର ଐତିହ ସହିତ ଏହା ଅଙ୍ଗାଙ୍ଗିଭାବେ ଜଡ଼ିତ । ପୁରାଣ କହେ ଚିର ବସନ୍ତର ଲୀଳାସ୍ଥଳୀ ଗଙ୍ଗୁଆ । ଗଙ୍ଗା, ଜମୁନା, ନର୍ମଦା, ସରସ୍ୱତୀ ଭଳି ଗଙ୍ଗୁଆ ପ୍ରାତସ୍ମରଣୀୟ । ଗଙ୍ଗୁଆର ଜଳ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତିରେ ବି ଲାଗେ । ଏକାମ୍ର ଚନ୍ଦ୍ରିକା ପୁସ୍ତକରେ ଏହାର ବର୍ଣ୍ଣନା ମଧ୍ୟ ରହିଛି । କୁହାଯାଏ କବିରାଜ ଜୟଦେବ ବି ଶ୍ରୀ ଜଗନ୍ନାଙ୍କ ସ୍ୱପ୍ନାଦେଶ ପାଇ ଗଙ୍ଗୁଆରେ ବୁଡ଼ ପକାଇ ମାନସିକ ପୂରଣ କରିଥିଲେ । ଖାରବେଳଙ୍କ ଶିଶୁପାଳ ଗଡ଼ର ମଧ୍ୟ ଏହି ପ୍ରାଚୀନ ନଦୀର ସମ୍ପର୍କ ରହିଛି ।

ମୃତ୍ୟୁ ଶର୍ଯ୍ୟାରେ ଶେଷ ନିଶ୍ୱାସ ଗଣୁଛି ଗଙ୍ଗୁଆ । ଯଦି ଏହାର ପୁନଃରୁଦ୍ଧାର କରାନଯାଏ ଦିନ ଆସିବ ଗଙ୍ଗୁଆବି ଦିନେ ହଜିଯିବ ରାଜଧାନୀରୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ