Masthead

ପୁଣି ଲୋକପ୍ରିୟତାର ଶୀର୍ଷରେ ନମୋ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପୁଣି ଲୋକପ୍ରିୟତାର ଶୀର୍ଷରେ ନମୋ। ବିଶ୍ୱର ଅନ୍ୟ ନେତାମାନଙ୍କୁ ପୁଣି ଥରେ ପଛରେ ପକେଇ ଦେଇଛନ୍ତି ମୋଦୀ । ଦ ମର୍ଣ୍ଣିଂ କନସଲ୍ଟ ପକ୍ଷରୁ କରାଯାଇଥିବା ସର୍ଭେରେ ତାଙ୍କ ଆପ୍ରୁଭାଲ ରେଟିଂରେ ସର୍ବାଧିକ ପଏଣ୍ଟରେ ଅଛନ୍ତି ଭାରତର ପ୍ରଧାନମନ୍ତ୍ରୀ।ଏହି ସର୍ଭେ ଅନୁସାରେ ମୋଦୀଙ୍କ ଆପ୍ରୁଭାଲ ରେଟିଂ ୭୦ ପ୍ରତିଶତ ରହିଛି । ୬୬ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ମେକ୍ସିକୋର ରାଷ୍ଟ୍ରପତି ଲୋପେଜ୍ ଓବ୍ରାଡର ଦ୍ବିତୀୟ ସ୍ଥାନରେ ଅଛନ୍ତି । ୫୮ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ତୃତୀୟ ସ୍ଥାନରେ ଅଛନ୍ତି ଇଟାଲିର ରାଷ୍ଟ୍ରପତି ମେରିଓ ଡ୍ରାଘି । ୫୪ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ଟତୁର୍ଥ ସ୍ଥାନରେ ଅଛନ୍ତି ଜର୍ମାନର ଆଞ୍ଜେଲା ମାର୍କେଲ । ତାଙ୍କ ତଳକୁ ୪୭ ପ୍ରତିଶତ ଆପ୍ରୁଭାଲ୍ ରେଟ୍ ସହ ରହିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ । ୪୪ ପ୍ରତିଶତ ଆପ୍ରୁଭାଲ ରେଟିଂ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଷଷ୍ଠ ସ୍ଥାନରେ ରହିଛନ୍ତି ।

ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ସଫଳତା ସ୍ୱରୂପ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଦେଶରେ ବ୍ୟାପକ ପରିବର୍ତ୍ତନ ଘଟିଛି ଏବଂ ଦେଶର ଆର୍ଥିକ ବ୍ୟବସ୍ଥାରେ ପ୍ରତ୍ୟେକ ନାଗରିକଙ୍କୁ ସମନ୍ୱିତ ଓ ସମ୍ପୃକ୍ତ କରିବାରେ ସୁନିଶ୍ଚିତ କରିପାରିଛି । ମେକ୍-ଇନ୍-ଇଣ୍ଡିଆ ପାଇଁ ତାଙ୍କର ଆହ୍ୱାନ ଦେଶରେ ବ୍ୟବସାୟ ପ୍ରକ୍ରିୟାକୁ ସହଜ ଓ ସରଳ କରିଛି । ଯଦ୍ୱାରା ନିବେଶକ ଓ ଉଦ୍ୟୋଗୀମାନେ ଅସୀମ ନୂତନ ଉତ୍ସାହ ଓ ଉଦ୍ଦୀପନାରେ ଏଥିରେ ସାମିଲ ହୋଇପାରିଛନ୍ତି । ସରକାରଙ୍କ “ଶ୍ରମ ଏବ ଜୟତେ” କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରମ ଆଇନରେ ସଂସ୍କାର ଘଟାଯାଇଛନ୍ତି। ଶ୍ରମିକମାନଙ୍କ ମର୍ଯ୍ୟାଦାର ସୁରକ୍ଷା କରାଯାଇଛି । ଏହାଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାର ଶ୍ରମିକମାନେ ସଶକ୍ତ ହୋଇଛନ୍ତି । ପୁନଶ୍ଚ ଆମର କୁଶଳୀ ଯୁବ ଶ୍ରମଶକ୍ତିଙ୍କୁ ଏହା ପ୍ରୋତ୍ସାହନ ପ୍ରଦାନ କରୁଛି । ପ୍ରଥମ ଥରପାଇଁ ଭାରତ ସରକାର ଦେଶବାସୀଙ୍କ ସକାଶେ ତିନୋଟି ସାମଗ୍ରିକ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିଥିଲେ ଏବଂ ଏଥିରେ ବୟୋବୃଦ୍ଧମାନଙ୍କୁ ପେନସନ୍ ପ୍ରଦାନ ଓ ଗରିବ ଲୋକଙ୍କୁ ବୀମା ସୁରକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ୨୦୧୫ ଜୁଲାଇ ମାସରେ ପ୍ରଧାନମନ୍ତ୍ରୀ “ଡିଜିଟାଲ ଇଣ୍ଡିଆ ଅଭିଯାନ” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ, ଯାହା ମାଧ୍ୟମରେ ଲୋକମାନଙ୍କ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଘଟାଇବା ସକାଶେ ପ୍ରଯୁକ୍ତି ବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ସକାଶେ ଡିଜିଟାଲ ଇଣ୍ଡିଆ ସୃଷ୍ଟି କରାଯାଇଛି ।

୨୦୧୪ ଅକ୍ଟୋବର ୨ ତାରିଖ ଦିନ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ “ସ୍ୱଚ୍ଛ ଭାରତ ଅଭିଯାନ” ର ଶୁଭାରମ୍ଭ କରିଥିଲେ । ଦେଶବ୍ୟାପୀ ବ୍ୟାପକ ସ୍ୱଚ୍ଛତା ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା । ଏହି କାର୍ଯ୍ୟକ୍ରମର ପ୍ରଭାବ ଓ ବ୍ୟାପ୍ତି ପରିବେଶ ସଫେଇରେ ବାସ୍ତବିକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ