Masthead

ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’

ବାହୁଡା ଯାତ୍ରା ପୂର୍ବରୁ ସିନେ ଦର୍ଶକଙ୍କ ପାଇଁ ଖୁସି ଖବର....

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବହୁ ଦିନର ପ୍ରତିକ୍ଷା ହେଲା ଅନ୍ତ । ରିଲିଜ୍ ହେଲା ଓଡ଼ିଆ ସିନେମା ଶ୍ରୀଜଗନ୍ନାଥଙ୍କର ନବକଳେବର । ମହାପ୍ରଭୁଙ୍କ ବାହୁଡାଯାତ୍ରା ଅବସରରେ ଲୋକଙ୍କ ପାଖରେ ପ୍ରଭୁଙ୍କର ମହାଲୀଳା ଦେଖିବାର ସୁଯୋଗ ଦେଇଛି ଏହି ସିନେମା । ଜୁଲାଇ ୪ ତାରିଖରେ ଓଡ଼ିଶା ଏବଂ ବାଙ୍ଗାଲୋରରେ ରିଲିଜ୍ ହୋଇଛି ସିନେମା ‘ଶ୍ରୀଜଗନ୍ନାଥଙ୍କର ନବକଳେବର’ ।

ଏହି ସିନେମାରେ ଦର୍ଶକ ଦାରୁ ବିଗ୍ରହଙ୍କର ବ୍ରହ୍ମ ପରିବର୍ତ୍ତନ ଓ କଳାପାହାଡକୁ ନେଇ ଲିଖିତ ଇତିହାସକୁ ପାଖରୁ ଦେଖିବାକୁ ପାଇବେ । ଆଗାମୀ ପିଢି ନିକଟରେ ଏସବୁକୁ ସୁନ୍ଦର ଭାବରେ ରଖିବାର ଲକ୍ଷ୍ୟ ନେଇ ଏହି ସିନେମା ପ୍ରସ୍ତୁତ ହୋଇଛି । ଏହି ସିନେମା ମାଧ୍ୟମରେ ପ୍ରଯୋଜିକା ତଥା ନିର୍ଦ୍ଦେଶିକା ସୌଭାଗ୍ୟଲକ୍ଷ୍ମୀ ଜେନା ପ୍ରଥମ ଥର ପାଇଁ ଓଡ଼ିଆ ଫିଲ୍ମ ଜଗତରେ ପାଦ ଥାପିଛନ୍ତି । ସିନେମା ଜରିଆରେ ୧୫୭୫ ମସିହାରେ ହୋଇଥିବା ନବକଳେବର ବାବଦରେ ବିସ୍ତୃତ କଥାବସ୍ତୁ ରହିଛି । ଏହି ସିନେମାରେ ମଲ୍ଟିଷ୍ଟାର କାଷ୍ଟ ରହିଛନ୍ତି । ଅଭିନେତା ସିଦ୍ଧାନ୍ତ ମହାପାତ୍ର , କୁନା ତ୍ରିପାଠି , ଜ୍ୟୋତିରଞ୍ଜନ ନାୟକ, ଶ୍ରୀତମ ଦାସ, ପିଙ୍କି ପ୍ରଧାନ, ଶିବାନୀଙ୍କ ସମେତ ଆହୁରି ଅନେକ କଳାକାର କାମକରିଛନ୍ତି । ଦର୍ଶକ ଏହି ସିନେମାକୁ ଭରପୁର ଭଲପାଇବା ଦେବେ ବୋଲି ଆଶା ରଖିଛନ୍ତି କଳାକାର ଏବଂ ପ୍ରଯୋଜିକା ସଂସ୍ଥା । ଏହି ସିନେମା ଦର୍ଶକଙ୍କ ପାଇଁ ନୁହଁ, ଶ୍ରୀ ଜଗନ୍ନାଥଙ୍କ ଭକ୍ତ ମାନଙ୍କ ପାଇଁ ତିଆରି ହୋଇଛି ବୋଲି ସୂଚନା ଦେଇଛନ୍ତି ନିର୍ଦ୍ଦେଶିକା ସୌଭାଗ୍ୟଲକ୍ଷ୍ମୀ । ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ଥିତି ଖରାପ ଥିଲାବେଳେ , ଏହି ସିନେମା ଓଡ଼ିଆ ପରମ୍ପରା ,ସଂସ୍କୃତି ଏବଂ ଓଡ଼ିଆ ଭାଷାକୁ ନେଇ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ବୋଲି ସୌଭାଗ୍ୟଲକ୍ଷ୍ମୀ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ