ଦୀପାବଳି ପୂର୍ବରୁ କମିପାରେ ତୈଳ ଦର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଚିନ୍ତା ବଢାଉଛି ପେଟ୍ରୋଲ ଓ ଡିଜେଲ ଦର । କ୍ରମାଗତ ଭାବେ ବଢୁଛି ପେଟ୍ରୋଲ ଓ ଡିଜେଲ ଦର । କିନ୍ତୁ ଏବେକାର ସୂଚନା ଅନୁଯାୟୀ ଦୀପାବଳି ପୂବରୁ ତୈଳ ଦର କିଛି ପରିମାଣରେ ହ୍ରାସ ପାଇପାରେ । ସୂଚନା ଅନୁସାରେ, ଉଭୟ ପେଟ୍ରୋଲ ଓ ଡିଜେଲ ଉପ୍ତାଦ ଟ୍ୟାକ୍ସରେ ସରକାର ଲିଟର ପିଛା ୨ରୁ ୩ଟଙ୍କା ହ୍ରାସ କରିପାରନ୍ତି ।ତେବେ ଦିପାବଳୀ ପୂର୍ବରୁ ଏ ନେଇ ଘୋଷଣା କରାଯାଇପାରେ ।

ଡିଜେଲ ଓ ପେଟ୍ରୋଲରେ ଉତ୍ପାଦ ଶୁଳ୍କ ହ୍ରାସ କରିବା ପାଇଁ ସରକାରଙ୍କ ପାଖରେ ଅନେକ ବାଟ ରହିଛି । ଆଇସିଆଇସିଆଇ ସିକ୍ୟୁରିଟିଜ୍ ରିପୋର୍ଟ ଅନୁଯାୟୀ ପେଟ୍ରୋଲ ଓ ଡିଜେଲରେ ଉତ୍ପାଦ ଶୁଳ୍କ ଲିଟର ପିଛା ୮ ଟଙ୍କା ୫୦ ପଇସା ପର୍ଯ୍ୟନ୍ତ ହ୍ରାସ କରାଯାଇପାରିବ । ଏହା ଦ୍ୱାରା ସରକାରଙ୍କ ଏହି ବର୍ଷର ରାଜସ୍ୱ ଟାର୍ଗେଟ ଉପରେ କୋଣସି ପ୍ରଭାବ ପଡିବା ନାହିଁ । ତେବେ ଗତ ଜାନିଆରୀ ୧ ତାରିଖରୁ ଏପର୍ଯ୍ୟନ୍ତ ପେଟ୍ରୋଲ ଦର ଲିଟର ପିଛା ୩୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା ୨୬ ଟଙ୍କା ବଢି ସାରିଛି ।

ସେହିପରି ଆଜି ପେଟ୍ରେଲ ଦର ଲିଟର ପିଛା ୩୫ ପଇସା ବଢିଛି । ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୬ ଟଙ୍କା ରହିଥିବା ବେଳେ ଜିଜେଲ ଦର ୯୪ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ଦର ୧୧୨ ଟଙ୍କା ରହିଥିବା ବେଳେ ଡିଜେଲ ୧୦୨ ଟଙ୍କା ରହିଛି । ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୭ ଟଙ୍କା ରହିଛି । ଆଉ ଡିଜେଲ ଦର ୧୦୩ ଟଙ୍କା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ