Masthead

ମନମୋହନ ରିପିଟ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କଳ୍ପନାଜଳ୍ପନାର ଅନ୍ତ, ମନମୋହନ ସାମଲ ରିପଟ୍ । ପୁଣି ସଭାପତି ହେଲେ ମନମୋହନ ସାମଲ । ରାଜ୍ୟ ବିଜେପି ସଭାପତିର ସମ୍ଭାଳିବେ ମଙ୍ଗ । ସଭାପତି ପଦ ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ ଆଉ କେହି ନାମାଙ୍କନ ଭରି ନଥିଲେ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେ ହୋଇଛନ୍ତି ଓଡ଼ିଶା ବିଜପେି ସଭାପତି । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପଛରେ ମନମୋହନଙ୍କ ପ୍ରମୁଖ ଭୂମିକା ରହିଥିଲା । ତାଙ୍କ ନେତୃତ୍ୱରେ ଲଢି ଏକାକୀ ସରକାର ଗଠନ କଲା ବିଜେପି । ରାଜନୀତିରେ ମନମୋହନ ସାମଲଙ୍କ ଲମ୍ବା ସମୟର ଅଭିଜ୍ଞତା ରହିଛି । ୧୯୭୯ ମସିହାରେ ଭଦ୍ରକ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ମନମୋହନ । ଏହାପରେ ଆଉ ପଛକୁ ଫେରିନଥିଲେ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ କର୍ମକର୍ତ୍ତା ଭାବେ କାମ କରି ବିଜେପିରେ ଯୋଗ ଦେଇ ୧୯୯୯ରେ ରାଜ୍ୟ ବିଜେପି ସଭାପତି ହୋଇଥିଲେ । ସେ ସଭାପତି ଥିବା ସମୟରେ ୨୦୦୦ ମସିହାରେ ବିଜେଡି ସହ ବିଜେପିର ମେଂଟ ହୋଇଥିଲା ।

୨୦୦୦ ମସିହାରେ ରାଜ୍ୟସଭାକୁ ଯାଇଥିଲେ ମନମୋହନ । ୨୦୦୪ରେ ଧାମନଗର ବିଧାନସଭାରୁ ନିର୍ବାଚିତ ହୋଇଥିଲେ । ଏହାପରେ ନବୀନଙ୍କ ମୁଖ୍ୟମନ୍ତ୍ରୀ ସମୟରେ ରାଜସ୍ୱ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ହୋଇଥିଲେ । ୨୦୨୨ରେ ତାଙ୍କ ନେତୃତ୍ୱରେ ଧାମନଗର ଉପନିର୍ବାଚନରେ ବିଜୟୀ ହୋଇଥିଲେ ସୂର୍ଯ୍ୟବଂଶୀ ସୂରଜ । ୨୦୨୪ ସାଧାରଣ ନିର୍ବାଚନରେ ପ୍ରମୁଖ ଭୂମିକା ତୁଲାଇଥିଲେ ମନମୋହନ । ନବୀନଙ୍କ ବିଜେଡି ସରକାରଙ୍କୁ ରାଜ୍ୟରୁ ତଡ଼ିପାର କରିବାର ସକ୍ଷମ ହୋଇଥିଲା ତାଙ୍କ ବରିଷ୍ଠ ରାଜ୍ୟ ବିଜେପି ସଭାପତି ନେତୃତ୍ୱ । ଏହାକୁ କେନ୍ଦ୍ର ବିଜେପି ମଧ୍ୟ ଗ୍ରହଣ କରିଥିଲା । ଆଉ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କଲା । ସରକାରକୁ ବର୍ଷେ ପୂରିଥିବା ବେଳେ ରାଜ୍ୟ ବିଜେପିର ହୋଇଛି ସଭାପତି ନିର୍ବାଚନ । ମନମୋହନ ସାମଲ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରି ଥିବାରୁ ତାଙ୍କ ନାଁ ହିଁ ଫାଇନାଲ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି