Masthead

ହସ୍ପିଟାଲରେ ଔଷଧର ଅଭାବ, କିଣିବା ପାଇଁ ଅର୍ଥ ନାହିଁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ପାକିସ୍ତାନରେ ଲାଗି ରହିଛି ଆର୍ଥିକ ସଙ୍କଟ । ପେଟ୍ରୋଲର ଦର ବୃଦ୍ଧି ହେବା ସହ ଖାଇବା ସାମଗ୍ରୀର ଦର ମଧ୍ୟ ବୃଦ୍ଧି ହୋଇଛି । ଏବେ ସାମ୍ନାକୁ ଆଉ ଏକ ସମସ୍ୟା । ପାକିସ୍ତାନରେ ଥିବା ଡାକ୍ତରଖାନାଗୁଡ଼ିକରେ ଏବେ ଅତ୍ୟାବଶ୍ୟକ ଔଷଧର ଅଭାବ ଦେଖାଦେଇଛି । ଡାକ୍ତରଖାନାରେ ମୁଣ୍ଡବିନ୍ଧା ପାଇଁ ଡିସପ୍ରିନ, ଇନସୁଲିନ ଓ ଅନ୍ୟ ଜରୁରୀ ଔଷଧ ଏବେ ମିଳୁନାହିଁ । ଦେଖାଦେଇଥିବା ସାମ୍ପ୍ରତିକ ସଙ୍କଟ ଯୋଗୁଁ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ପାଇଛି ଏବଂ ଏହି କାରଣରୁ ପଡୋଶୀ ଦେଶ ବିଦେଶରୁ ଅତ୍ୟାବଶ୍ୟକ ଔଷଧ ଆମଦାନୀ କରିବାରେ ସକ୍ଷମ ହୋଇପାରୁନି ପାକିସ୍ତାନ । ରିପୋର୍ଟ ଅନୁଯାୟୀ, ଅନେକ ଘରୋଇ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଔଷଧ ଉତ୍ପାଦନ ବନ୍ଦ କରିଦେଇଛନ୍ତି ଏବଂ ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କ ଅବସ୍ଥା ଖରାପ ରହିଛି ।

ଏହି କାରଣରୁ ଡାକ୍ତରମାନଙ୍କୁ ନିର୍ଦ୍ଧାରିତ ଅସ୍ତ୍ରୋପଚାର ମଧ୍ୟ ସ୍ଥଗିତ ରଖିବାକୁ ପଡିଛି । ଏବଂ ଆବଶ୍ୟକ ଔଷଧ ଏବଂ ଯନ୍ତ୍ରପାତି ଅଭାବରୁ ସେମାନେ ରୋଗୀମାନଙ୍କ ଉପରେ ଅପରେସନ୍ କରିପାରୁ ନାହାନ୍ତି । ହାର୍ଟ, କିଡନୀ ଏବଂ କ୍ୟାନସର ଅପରେସନ୍ ଭଳି ସମ୍ବେଦନଶୀଳ ଅସ୍ତ୍ରୋପଚାର ପାଇଁ ଆନାସଥେଟିକ ଆବଶ୍ୟକ ରହିଛି । ସେପଟେ ଘରୋଇ ଉତ୍ପାଦନ ପାଇଁ ବ୍ୟବହୃତ କଞ୍ଚାମାଲର ୯୫% ଆମଦାନୀ ହୋଇଥାଏ । ଭାରତ-ଚୀନ୍ ସମେତ ଅନ୍ୟ ଦେଶରୁ ପାକିସ୍ତାନ ଅତ୍ୟାବଶ୍ୟକ କଂଚାମାଲ ଆମଦାନୀ କରିଥାଏ । ଏବେ ଆମଦାନୀ ବନ୍ଦ ହେତୁ ଏଠାରେ ଚିକିତ୍ସା ମଧ୍ୟ ମହଙ୍ଗା ହୋଇପାରେ । ଡ୍ରଗ୍ ଉତ୍ପାଦନ ଶିଳ୍ପଗୁଡିକ ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଯଦି କଂଚାମାଲ ଶୀଘ୍ର ଆମଦାନୀ ନହେବ, ତେବେ ଏଠାରେ ଔଷଧର ମୂଲ୍ୟ ବୃଦ୍ଧି ନିଶ୍ଚିତ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ