Masthead

ପଶ୍ଚିମବଙ୍ଗ ପଂଚାୟତ ହିଂସା, ବିଜେପି-ଟିଏମସି ମୁହାଁମୁହିଁ

କୋଲକାତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ପଂଚାୟତ ନିର୍ବାଚନ ହିଂସା । ହିଂସାରେ ଯାଇଛି ୧୮ ଜଣଙ୍କ ଜୀବନ । ନିର୍ବାଚନ ସମୟରେ ବୁଥ କ୍ୟାପଚରିଂ ଅଭିଯୋଗରେ ବିଜେପି-ଟିଏମସି ମୁହାଁମୁହିଁ ହୋଇଛନ୍ତି । ବିଜେପିର ବୁଥ କ୍ୟାପଚରିଂ ଅଭିଯୋଗକୁ ମିଥ୍ୟା ବୋଲି କହିଛି ତୃଣମୂଳ କଂଗ୍ରେସ । ଶନିବାର ପଞ୍ଚାୟତ ନିର୍ବାଚନରେ ପଶ୍ଚିମବଙ୍ଗର ସାତୋଟି ଜିଲାରେ ହିଂସାକାଣ୍ଡ ଘଟିଥିଲା। ରାଜ୍ୟରେ ଉତ୍ତେଜନା ଲାଗି ରହିଥିଲା । ଏହି ହିଂସାକୁ ନେଇ ବିଜେପି-ଟିଏମସି ନିଜ ନିଜ ଉପରେ କାହୁଅ ଫିଙ୍ଗା ଫିଙ୍ଗି ହେଉଛନ୍ତି । ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲଭିଆ ମମତା ସରକାରଙ୍କୁ ଟାର୍ଗେଟ କରି ଟ୍ୱିଟ କରିଛନ୍ତି।

ସେ କହିଛନ୍ତି, ଡାଏମଣ୍ଡ ହାର୍ବର ବୁଥ୍‌ରେ ବାଲାଟ ବକ୍ସରେ ଟିଏମସି ଏକ ଷ୍ଟାମ୍ପ ଲଗାଇଛି। ଏନେଇ ସେ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି। ସେଥିରେ କହିଛନ୍ତି, ଭିଡିଓରେ ଡାଇମଣ୍ଡ ହାର୍ବରର ବୁଥ୍‌ ୫ରୁ ଗ୍ରାମବାସୀ ବାଲାଟ୍‌ ବକ୍ସରୁ ଷ୍ଟାମ୍ପ ପାଇଛନ୍ତି।

ମତଦାନ ପରେ ବିଳମ୍ବିତ ରାତି ଯାଏଁ ଟିଏମସି ବୁଥକୁ ଅକ୍ତିଆର କରି ରଖିଥିବା କହିଛନ୍ତି ଅମିତ ମାଲଭିଆ । ବିଜେପିର ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ଟିଏମସି । ଟିଏମସି ସାଂସଦ ନୁସରତ ଜାହାନ ମାଲଭିଆଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି, ଭାଜପା ଗୁଜବ ପ୍ରଚାର କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା