Masthead

ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ

ବରଗଡ଼ (ବଡ଼ ଖବର ବ୍ୟୁରୋ): ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା । ୨ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । ୨ ଜଣ ଯୁବକ ଗାଁରେ ପେଟ୍ରୋଲ ବିକ୍ରି କରୁଥିଲେ । ଗତକାଲି ଗାଁରେ ହେଲା ଛାତ୍ରୀଙ୍କ ଦାହ ସଂସ୍କାର । ପୁଲିସ ଜଣେ ତେଜରାତି ଦୋକାନୀ ଏବଂ ନାବାଳିକାଙ୍କର ଜଣେ ସଂପର୍କୀୟ ଅଜାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ପେଟ୍ରୋଲ ବିକିଥିବା ଅଭିଯୋଗରେ ତେଜରାତି ଦୋକାନୀଙ୍କୁ ପଚରାଉଚରା କରାଯାଉଛି । ସେହିପରି ନିଆଁ ଲାଗିବା ପରେ ପାଖରେ ଥିବା ସମ୍ପର୍କୀୟ ଅଜାଙ୍କୁ ମଧ୍ୟ ପଚରାଉଚରା କରୁଛି ପୁଲିସ ।

ସେ ଆତ୍ମଦାହ କରିବାକୁ ଯାଇ ଜଳିଗଲେ ନା ତାଙ୍କୁ ଜାଳି ଦିଆଗଲା ତା’ର କାରଣ ଏଯାଏଁ ଅସ୍ପଷ୍ଟ ରହିଛି । ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ ବୁର୍ଲା ବଡ଼ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମାମଲାର ଛାନ୍‌ଭିନ୍ ପାଇଁ ୩ ଟି ଥାନାର ଆଇଆଇସିଙ୍କୁ ନେଇ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛନ୍ତି । ଘଟଣାସ୍ଥଳରୁ ପୁଲିସ ପେଟ୍ରୋଲ ବୋତଲ, ଦିଆସିଲି, ଚପଲ ଜବତ କରିଛି । ପୀଡ଼ିତାଙ୍କ ଶେଷ ବୟାନର ଭିଡିଓ ମଧ୍ୟ ସଂଗ୍ରହ କରିଛି। ଏହାସହ ଏକ୍‌ଜକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପରିବାରବର୍ଗଙ୍କ ବୟାନ ରେକର୍ଡ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ