Masthead

ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ (YSD) ପକ୍ଷରୁ ଗଞ୍ଜାମ ଜିଲ୍ଲା ରେଞ୍ଜିଲୁଣ୍ଡା ବ୍ଲକ ସାତକୁଟୁଣି ଗ୍ରାମ ପଞ୍ଚାୟତରେ ଆନ୍ତର୍ଜାତୀୟ ଯୁବ ଦିବସ ୨୦୨୫ ପାଳିତ ।  ଉତ୍ସାହପୂର୍ଣ୍ଣ ଭାବରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମର ସ୍ଥାନୀୟ ଥିମ୍ “ମୋ ଗାଁ, ଆମର ଦାୟିତ୍ୱ – ସକ୍ରିୟ ନାଗରିକତା ପାଇଁ ଯୁବକ” ସଂଯୁକ୍ତ ରାଷ୍ଟ୍ରଙ୍କ 2025 ଆନ୍ତର୍ଜାତୀୟ ଯୁବ ଦିବସର ଥିମ୍ “Local Youth Actions for the SDGs and Beyond” ସହିତ ସମନ୍ୱୟରେ ରହିଥିଲା ।

କାର୍ଯ୍ୟକ୍ରମରେ  ସ୍ଥାନୀୟ ଯୁବକ, PRI ସଦସ୍ୟ, ଛାତ୍ରଛାତ୍ରୀ, ଶିକ୍ଷକ, ଆଶା କର୍ମୀ  ଓ ସମାଜର ବିଭିନ୍ନ ବର୍ଗର ଲୋକମାନେ  ସକ୍ରିୟ ଅଂଶ ଗ୍ରହନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥିମାନେ ଥିଲେ – ଶ୍ରୀ ତାପସ ରଞ୍ଜନ ରାୟ (କୃଷି ପରିଚାଳକ-ଟାଟା ଷ୍ଟିଲ ଫାଉନ୍ଡେଶନ ), ଶ୍ରୀମତୀ ରଞ୍ଜୁ ପତ୍ର (ପୋଷଣ ବ୍ଲକ୍‌ ଅଫିସର), ଶ୍ରୀମତୀ ଆର୍. ଜ୍ୟୋତି ଲକ୍ଷ୍ମୀ ରେଡ୍ଡି (ରିସ୍ତା ବ୍ଲକ୍‌ ଅଫିସର), ଶ୍ରୀମତୀ ସସ୍ମିତା ପ୍ରଧାନ (ରିସ୍ତା–ଏଫ୍‌ଟିସି), ଶ୍ରୀ ସନ୍ତୋଷ ଦଳାଇ (କୃଷି VRP),- ଟାଟା ଷ୍ଟିଲ ଫାଉନ୍ଡେଶନ ଶ୍ରୀ ଜି. ଦେବରାଜ (ପ୍ରଧାନ ଶିକ୍ଷକ, ଯୋଷଦା ହାଇ ସ୍କୁଲ୍‌) ଓ ଶ୍ରୀମତୀ କୁନି ସାହୁ (ସରପଞ୍ଚ, ସାତକୁଟୁଣି GP)। କାର୍ଯ୍ୟକ୍ରମର ଆରମ୍ଭ ପ୍ରଦୀପ ପ୍ରଜ୍ୱଳନ ପରେ,  ଯୁବ ସାଥିଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ  କରାଯାଇଥିଲା ।

YSD ଦ୍ବାରା ସ୍ବାଗତ ଅଭିଭାଷଣ ପରେ YSD ପ୍ରକଳ୍ପ ସଂଯୋଜକ ଶ୍ରୀ ଚନ୍ଦନ କୁମାର ସାହୁ SDGs ସାଧନରେ ଯୁବଙ୍କ ଭୂମିକା, ପରିବେଶ ସୁରକ୍ଷା, ଶିକ୍ଷା, ଲିଙ୍ଗ ସମାନତା ଓ ସମାଜିକ ବିକାଶ ବିଷୟରେ ଅଭିଭାଷଣ ଦେଇଥିଲେ। ଏହା ପରେ “One Youth, One Plant” ବୃକ୍ଷରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚାୟତ ପରିସରରେ ଚାରା ପ୍ରତିରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ YSD ଟିମ୍‌ – ପ୍ରୋଗ୍ରାମ୍ କୋଓର୍ଡିନେଟର ଶ୍ରୀ ଚନ୍ଦନ କୁମାର ସାହୁ, ପ୍ରୋଜେକ୍ଟ କୋଓର୍ଡିନେଟର ଶ୍ରୀ ସୁଦୀପ କୁମାର ଚକ୍ରବର୍ତ୍ତୀ, MIS ଶ୍ରୀ ଡ଼େଭିଡ ପି. ପ୍ରଧାନ, ବ୍ଲକ୍ ସଂଯୋଜକ – ଶ୍ରୀମତୀ ମାମାଲି ପଣ୍ଡା, ଶ୍ରୀ ସସିକାନ୍ତ ପ୍ରଧାନ ଓ ଶ୍ରୀ ଅଲୋକ ସାହୁଙ୍କ ସମନ୍ୱୟ ଓ ସଂଚାଳନରେ ହେଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ