Masthead

ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଡୋନାଲ୍ଡ ଟ୍ରମ୍ପ୍ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇବାର ନିଷ୍ପତ୍ତି ଯୋଗୁଁ ଆମେରିକାରେ ହିଁ ତାଙ୍କ ନୀତିକୁ ନେଇ ଗମ୍ଭୀର ପ୍ରଶ୍ନ ଉଠୁଛି । ଚର୍ଚ୍ଚା ହେଉଛି ଯେ ଟ୍ରମ୍ପ୍ ଆମେରିକା ପାଇଁ ‘ଭସ୍ମାସୁର’ ସାବ୍ୟସ୍ତ ହୋଇପାରନ୍ତି । ବିଶେଷଜ୍ଞମାନଙ୍କ ବିଚାରରେ ଟ୍ରମ୍ପଙ୍କ ଏହି ପଦକ୍ଷେପ ଦ୍ୱାରା କେବଳ ଭାରତ ଖପ୍ପା ନୁହେଁ, ଆମେରିକା ପାଇଁ ମଧ୍ୟ ଏହା କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଟ୍ରମ୍ପଙ୍କ ଏହି ପଦକ୍ଷେପକୁ ରୁଷକୁ ଆଘାତ ପହଞ୍ଚାଇବା ଦୃଷ୍ଟିରୁ ବିଚାର କରାଯାଉଛି, ହେଲେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିପାରେ, ଯାହାଦ୍ୱାରା ଭାରତ, ରୁଷ୍ ଓ ଚୀନର ନିକଟତର ହୋଇପାରେ ।

ଭାରତର ଜାତୀୟ ନିରାପତ୍ତା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ରୁଷ୍ ଗସ୍ତ, ଚୀନରେ ହେବାକୁ ଥିବା ଏସସିଓ ବୈଠକରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ, ରୁଷୀୟ ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ଆଗାମୀ ଭାରତ ଗସ୍ତ ଭଳି ଗତିବିଧିକୁ ବିଶେଷଜ୍ଞ କୂଟନୈତିକ ପଦକ୍ଷେପ ଭାବେ ବିଚାର କରାଯାଇଛି । ଏହି ଅବସରରେ ଭାରତ, ରୁଷ୍ “ଯଦି କୌଣସି ଶତ୍ରୁ ନିଜକୁ ବରବାଦ କରୁଛି, ତା’ହେଲେ ସେଥିରେ ଦଖଲ ଦିଅନ୍ତୁ ନାହିଁ ।” ଓ ଚୀନ୍ ଏକାଠି ହୋଇଗଲେ, ଟ୍ରମ୍ପ୍ ଓ ଆମେରିକା ପାଇଁ ସମସ୍ୟା ସୃଷ୍ଟି ହୋଇପାରେ ।

ଜନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟର ଆପ୍ଲାଏଡ୍ ଇକୋନମିକ୍ସର ପ୍ରଫେସର ଷ୍ଟିଭ୍ ହାଙ୍କେ କହିଛନ୍ତି, “ରାଷ୍ଟ୍ରପତି ଟ୍ରମ୍ପଙ୍କ ବ୍ୟକ୍ତିତ୍ୱ ଅସ୍ଥିର । ଫଳସ୍ୱରୂପ, ସେ ସକାଳେ ଆପଣଙ୍କ ସହ ହାତ ମିଳାଇପାରନ୍ତି ଏବଂ ରାତିରେ ପିଠିରେ ଛୁରୀ ଭୁଷିପାରନ୍ତି ।” ପୂର୍ବତନ ରାଷ୍ଟ୍ରପତି ରୋନାଲ୍ଡ ରିଗନଙ୍କ ଆର୍ଥିକ ପରାମର୍ଶଦାତା ପରିଷଦରେ କାମ କରିଥିବା ପ୍ରଫେସର ହାଙ୍କେଙ୍କ ବିଚାରରେ ଭାରତ ଆବେଗରେ ଆସି ପ୍ରତିକ୍ରିୟା ଦେବା ପରିବର୍ତ୍ତେ ନେପୋଲିଅନଙ୍କ ପୁରୁଣା ପରାମର୍ଶ ଉପରେ ଧ୍ୟାନ ଦେବା ଉଚିତ – “ଯଦି କୌଣସି ଶତ୍ରୁ ନିଜକୁ ବରବାଦ କରୁଛି, ତା’ହେଲେ ସେଥିରେ ଦଖଲ ଦିଅନ୍ତୁ ନାହିଁ ।” ଟ୍ରମ୍ପଙ୍କ ତାସଘର ଭଳି ଆର୍ଥିକ ନୀତି ଶୀଘ୍ର ଭୁଶୁଡ଼ିଯିବ । ପୂର୍ବତନ ଆମେରିକୀୟ ନିରାପତ୍ତା ପରାମର୍ଶଦାତା ଜନ୍ ବୋଲ୍ଟନ ମଧ୍ୟ ଟ୍ରମ୍ପଙ୍କ ନୀତିକୁ କଡ଼ା ସମାଲୋଚନା କରିଛନ୍ତି ।

ସେ କହିଛନ୍ତି, “ଚୀନ୍ ପ୍ରତି ନରମଭାବ ଓ ଭାରତ ଉପରେ କଠୋର ଟାରିଫ୍ ନୀତି ବର୍ଷ ବର୍ଷ ଧରି ଆମେରିକାର ପ୍ରୟାସକୁ ସଙ୍କଟରେ ପକାଇପାରେ, ଯାହାର ଉଦେ୍ଦଶ୍ୟ ଭାରତକୁ ରୁଷ୍ ଓ ଚୀନ୍ ଠାରୁ ଦୂରେଇ ରଖିବା । ବୋଲ୍ଟନ ‘ଦ ହିଲ୍’ରେ ଲେଖିଛନ୍ତି ଯେ ଚୀନକୁ ସେହି ରୁଷୀୟ ତୈଳ କିଣିବା ପାଇଁ ଛାଡ଼ କରାଯାଇଛି ଯେଉଁଥିପାଇଁ ଭାରତ ଉପରେ ଟାରିଫ୍ ଲଗାଯାଇଛି । ଏହା ବହୁତ ବଡ଼ ଭୁଲ୍ । ଟ୍ରମ୍ପ୍ ପ୍ରଶାସନର ଏହି ନୀତି ବନ୍ଧୁ ଓ ଶତ୍ରୁ – ଉଭୟଙ୍କ ଉପରେ ଟାରିଫ୍ ଲଗାଇ ଆମେରିକା ପ୍ରତି ବିଶ୍ୱାସକୁ କମାଇ ଦେଇଛି । ଏହି ପଦକ୍ଷେପ ଦ୍ୱାରା ଆମେରିକାକୁ ବହୁତ କମ୍ ଆର୍ଥିକ ଲାଭ ହେବ, ହେଲେ ବିଶ୍ୱାସରେ ବେଶୀ ହ୍ରାସ ଦେଖାଦେଇପାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼