Masthead

ଭାରତରେ କେମିତି ସ୍ଥିର ହୁଏ ପେଟ୍ରୋଲ, ଡିଜେଲ ଦର?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କମିପାରେ ପେଟ୍ରୋଲ ଡିଜେଲ ଦର। ଲୋକସଭା ନିର୍ବାଚନ ପୂର୍ବରୁ ୧୦ ଟଙ୍କା ଶସ୍ତା ହୋଇପାରେ ରେଟ। ଦୀର୍ଘ ଦିନ ହେବ ଇନ୍ଧନ ଦରରେ ହୋଇନି ସଂଶୋଧନ। ୩ ମାସ ହେବ ତେଲ କମ୍ପାନୀ ମାନଙ୍କର ଢେର ଲାଭ ମଧ୍ୟ ହୋଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି। ଗୋଟିଏ ବର୍ଷ ମଧ୍ୟରେ ଅଶୋଧିତ ତେଲ ଦର ୧୨% ହ୍ରାସ ପାଇଛି। ତେଲ କମ୍ପାନୀ ଗୁଡିକ ଲିଟର ପିଛା ୧୦ଟଙ୍କା ଲାଭ ପାଉଛନ୍ତି। ଇଣ୍ଡିଆନ ଅଏଲ, ଇଣ୍ଡିଆନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ ଭଳି କମ୍ପାନୀ ୨୦୨୩-୨୪ ଆର୍ଥିକ ବର୍ଷରେ ୫ ଗୁଣା ଅଧିକ ଲାଭ ପାଇଛନ୍ତି। ୨୦୨୨-୨୩ରେ ଆଇଓସିଏଲ, ବିପିସିଏଲ ଏବଂ ଏଚପିସିଏଲ ୩୩ହଜାର କୋଟି ଟଙ୍କା ଲାଭ କରିଥିବା ବେଳେ ୨୩-୨୪ରେ ଏହା ୧ଲକ୍ଷ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ବିଶେଷଜ୍ଞ କହିବା କଥା କମ୍ପାନୀ ଗୁଡିକ ଏତେ ଲାଭ ପାଇଥିବାରୁ ତେଲ ଦର ହ୍ରାସ ପାଇପାରେ। ସେପଟେ ସରକାର ପେଟ୍ରୋଲ, ଡିଜେଲ ଉପରେ ଭାରି ଟିକସ ମଧ୍ୟ ସଂଗ୍ରହ କରୁଛନ୍ତି। ଦେଶରେ ଏବେ ପେଟ୍ରୋଲ, ଡିଜେଲର ମୂଳ ଦର ୫୭ ଟଙ୍କା ଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଏହା ଉପରେ ଟିକସ ଲଗାଇ ୧୦୦ ଟଙ୍କା କରିଛନ୍ତି। ଏହା ଉପରେ କେନ୍ଦ୍ର ସରକାର ୧୯.୯୦ଟଙ୍କା ଏକ୍ସାଇଜ ଡ୍ୟୁଟି ମଧ୍ୟ ଆଦାୟ କରୁଛନ୍ତି। ରାଜ୍ୟ ସରକାରଙ୍କ ଭ୍ୟାଟ, ସେସକୁ ଲଗାଇ ଦର ମୂଳ ମୂଲ୍ୟ ଠାରୁ ୨ ଗୁଣା ଅଧିକ ହୋଇଥାଏ। ଦେଶର ଅଧିକାଂଶ ସ୍ଥାନରେ ଏବେ ପେଟ୍ରୋଲ ରେଟ ୧୦୦ରୁ ଅଧିକ ଏବଂ ଡିଜେଲ ଲିଟର ପିଛା ୯୦ଟଙ୍କାରୁ ଅଧିକ ରହିଛି।

 

ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କିପରି ସ୍ଥିର ହୁଏ?

ଜୁନ୍ ୨୦୧୦ ପର୍ୟ୍ୟନ୍ତ ସରକାର ପେଟ୍ରୋଲର ମୂଲ୍ୟ ସ୍ଥିର କରୁଥିଲେ ଏବଂ ଏହାକୁ ପ୍ରତି ୧୫ ଦିନରେ ପରିବର୍ତ୍ତନ କରାଯାଉଥିଲା। ୨୦୧୦ ଜୁନ୍ ୨୬ ପରେ ସରକାର ପେଟ୍ରୋଲ ଦର ନିର୍ଣ୍ଣୟ ତେଲ କମ୍ପାନୀ ଗୁଡିକ ଉପରେ ଛାଡ଼ିଛନ୍ତି। ସେହିଭଳି ଅକ୍ଟୋବର ୨୦୧୪ ପର୍ୟ୍ୟନ୍ତ ଡିଜେଲର ମୂଲ୍ୟ ମଧ୍ୟ ସରକାର ସ୍ଥିର କରିଥିଲେ। ୨୦୧୪ ଅକ୍ଟୋବର ୧୯ରୁ ସରକାର ମଧ୍ୟ ଏହି କାର୍ୟ୍ୟକୁ ତେଲ କମ୍ପାନୀଗୁଡିକୁ ହସ୍ତାନ୍ତର କରିଛନ୍ତି। ବର୍ତ୍ତମାନ, ତେଲ କମ୍ପାନୀଗୁଡିକ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ମୂଲ୍ୟ, ବିନିମୟ ମୂଲ୍ୟ, ଟିକସ, ପେଟ୍ରୋଲ ଏବଂ ଡିଜେଲ ପରିବହନ ମୂଲ୍ୟ ଏବଂ ଅନ୍ୟାନ୍ୟ ଜିନିଷକୁ ଧ୍ୟାନରେ ରଖି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ନିର୍ଣ୍ଣୟ କରନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ