Masthead

ଥଣ୍ଡାରେ ଥରୁଛି ସାରା ଓଡ଼ିଶା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ରାଜ୍ୟରେ ବଢ଼ିବ ଶୀତ ପ୍ରକୋପ । ରାତି ତାପମାତ୍ରା ୨ଦିନ ଭିତରେ ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ । ବର୍ତ୍ତମାନ ପାଗ ମୁଖ୍ୟତଃ ଶୁଖିଲା ରହିବ । କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁରରେ ଘନ କୁହୁଡ଼ି ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସତର୍କ କରାଇଛି । ୬ରୁ କୁହୁଡ଼ି ପ୍ରକୋପ ବି କମିଯାଇପାରେ ।ବୁଧବାର ରାତିରେ ଦାରିଙ୍ଗିବାଡ଼ି ତାପମାତ୍ରା ୯ ଡିଗ୍ରୀ ସେଲସିୟସ୍, ଜି.ଉଦୟଗିରି ୧୦.୧, ଝାରସୁଗୁଡ଼ା ୧୦.୯, ଫୁଲବାଣୀ ୧୧, କିରେଇ ୧୧.୩, କୋରାପୁଟ ୧୧.୬, ରାଉରକେଲା ୧୨ ଡିଗ୍ରୀ ଥିଲା ।

କଟକ ଓ ଭୁବନେଶ୍ୱର ତାପମାତ୍ରା ୧୫ ଡିଗ୍ରୀ ଉପରେ ଥିଲା । ଶୁକ୍ରବାର ରାତିରେ କଟକ ଓ ଭୁବନେଶ୍ୱର ତାପମାତ୍ରା ଆହୁରି ୧-୨ ଡିଗ୍ରୀ ପାଖାପାଖି କମିପାରେ । ୬ ତାରିଖବେଳକୁ ଭୁବନେଶ୍ୱର ଓ କଟକରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ପାଖାପାଖି ରହିପାରେ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ପ୍ରବଳ ଶୀତ ଯୋଗୁ ଜନଜୀବନ ବାଧାପ୍ରାପ୍ତ ହୋଇଛି । କୁହୁଡ଼ି ଆସ୍ତରଣରେ ସାରା ସହର । ଯାତାୟତ ବାଧାପ୍ରାପ୍ତ ହୋଇଛି । ପାରଳାଖେମୁଣ୍ଡି ସହରରେ ସମେତ ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ପଡ଼ିଛି ।

ସକାଳୁ ସକାଳୁ ଖେଳପଡିଆରେ ଲୋକଙ୍କ ଭିଡ଼ ଜମୁଛି । ଯୋଗ, ଜଗଗିଂ କରି ନିଜକୁ ଫିଟ୍‌ ରଖିବାକୁ ଅଭ୍ୟାସ କରୁଛନ୍ତି ଲୋକ । ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଆଁ ପୋଉଁଥିବା ଦେଖିବାକୁ ମିଳିଛି ।ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ ଝାଡ଼ସୁଗୁଡ଼ା ଜିଲ୍ଲାରେ ସକାଳୁ କୁହୁଡ଼ିର ଆସ୍ତରଣ ଦେଖାଯିବ। ରାଜ୍ୟରେ ଶୀତ ପ୍ରକୋପ କମିଥିବା ବେଳେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଝାରସୁଗୁଡ଼ାଠାରେ ୧୧.୫ ଡିଗ୍ରି ରେକର୍ଡ ହୋଇଛି । ଏଥିସହ ଦାରିଙ୍ଗିବାଡ଼ିରେ ୧୨.୫ ଡିଗ୍ରି ରାତି ତାପମାତ୍ରା ରହିଥିଲା। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ଡିଗ୍ରି ବୃଦ୍ଧି ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ