Masthead

କାଉଣ୍ଟର ଆଗରେ ଲମ୍ବା ଲାଇନ

କଟକ(ବଡ଼ ଖବର ବ୍ୟୁରୋ): ଆଜିଠୁ ବିକ୍ରି ହେବ ବାରବାଟୀ ମ୍ୟାଚ ଲାଗି ଅଫଲାଇନ୍ ଟିକେଟ୍ । କାଉଣ୍ଟର ଆଗରେ ଲମ୍ବା ଲାଇନ । ଟିକେଟ୍‌ ପାଇବା ୧୨ ଘଣ୍ଟାରୁ ଅଧିକ ସମୟ ଧରି ଅପେକ୍ଷା କରିଛନ୍ତି ଫ୍ୟାନ। କାଉଣ୍ଟରରେ ମାତ୍ର ୧୦ ହଜାର ଟିକେଟ ବିକ୍ରି ହେବ । ତେଣୁ ଟିକେଟ ମିଳିବ କି ନାହିଁ ତାହାକୁ ନେଇ ଏବେ ସନ୍ଦେହ ଦେଖା ଦେଇଛି । ହେଲେ ଟିକେଟ କିଣିବା ଲାଗି ଗତକାଲି ରାତିରୁ ଲାଗିଲାଣି ଅସମ୍ଭାଳ ଭିଡ । ସ୍ଥିତି ଏମତି ହୋଇଛି ଯେ ସ୍ଥିତି ସମ୍ଭାଳିବାକୁ ପୋଲିସକୁ ନାକେଦମ ହେବାକୁ ପଡିଛି ।

ଷ୍ଟାଡିୟମ ବାହାରେ ଶହ ଶହ ସଂଖ୍ୟାରେ ଲୋକ ଆସି ଭିଡ ଜମାଇଛନ୍ତି । ବ୍ୟାରିକେଡ ଭିତରେ ପଶିବାକୁ ଉଦ୍ୟମ । ଟିକଟ ବିକ୍ରିକୁ ଏଥର ଶୃଂଖଳିତ କରିବାକୁ ପ୍ରଥମଥର ପାଇଁ ନିଆଯାଇଛି ବଡ ପଦକ୍ଷେପ। ନୂଆ ବ୍ୟବସ୍ଥା ଲାଗୁ କରିଛି କମିସନରେଟ ପୋଲିସ। ସର୍ପେନଟାଇନ ଡିଜାଇନରେ ଲୁହା ବ୍ୟାରିକେଡ୍ କରାଯାଇଛି। ଦର୍ଶକ ପ୍ରଥମେ ଓସିଏ କ୍ରିକେଟ ଏକାଡେମୀ ପଟେ ବ୍ୟାରିକେଡ଼ ଭିତରକୁ ଆସିବେ। ଏହାପରେ ସିଧା ଟିକଟ କାଉଣ୍ଟର ପର୍ଯ୍ୟନ୍ତ ଯିବେ। ଦର୍ଶକଙ୍କ ପାଇଁ ୨ ଫୁଟ ଲେଖାଏଁ ଦୁଇଟି ବ୍ୟାରିକେଡ଼ ଲାଇନ କରାଯାଇଥିବା ବେଳେ ତାପାଖରେ ଆଉ ଗୋଟିଏ ୩ ଫୁଟର ବ୍ୟାରିକେଡ଼ ହୋଇଛି ଯେଉଁଠି ପୋଲିସ ଜଗିଛନ୍ତି। କାଉଣ୍ଟର ପାଖରୁ ଆଠ ଶହ ମିଟର ପର୍ଯ୍ୟନ୍ତ ଷ୍ଟିଲ ବ୍ୟାରିକଡେ ବ୍ୟବସ୍ଥା ହୋଇଛି।

ଟିକେଟ ବିକ୍ରି ପୂର୍ବ ରାତିରୁ କେହି ବି କାଉଣ୍ଟର ପାଖରେ ଲାଇନ ଲଗାଇବା ଉପରେ କଟକଣା ରହିଥିଲା। ସକାଳ ୯ ଟାରେ କାଉଣ୍ଟରରେ ଟିକେଟ ବିକ୍ରି ହେବ, 6 ଟାରୁ ଲାଇନ ଲଗାଇ କାଉଣ୍ଟରରୁ ଟିକେଟ ନେବେ ଲୋକେ। କାଉଣ୍ଟର ପାଖରେ କେବଳ ଟିକେଟ କିଣିବାକୁ ଆସିଥିବା ଲୋକ ରହି ପାରିବେ । ଏହାକୁ ନୋ ମ୍ୟାନ୍ସ ଲ୍ୟାଣ୍ଡ ଘୋଷଣା କରାଯାଇଛି। ତେବେ ଗତକାଲି ସନ୍ଧ୍ୟାରୁ ଫ୍ୟାନ୍ ଟିକେଟ୍‌ ପାଇଁ ଷ୍ଟାଡିୟମ ବାହାରେ ଜମା ହୋଇଥିଲେ। ପରେ ସ୍ଥିତି ସାଂଘାତିକ ହୋଇଥିଲା ସ୍ଥିତି । ଦର୍ଶକଙ୍କୁ ନିୟନ୍ତ୍ରଣ କରିବାରେ ପୋଲିସ ନକେଦମ ହୋଇଥିଲା। ତେବେ ଅସମ୍ଭାଳ ଭିଡ଼କୁ ନଜରରେ ରଖି ପୁଲିସ ଲୋକଙ୍କୁ ପର୍ଯ୍ୟାୟକ୍ରମେ ବ୍ୟାରିକେଡ୍‌ ଭିତରକୁ ଛାଡ଼ିଥିଲା । ଆଜି ମଧ୍ୟ ସମାନ ସ୍ଥିତି ଲାଗି ରହିଛି । କାଉଣ୍ଟର ଆଗରେ ଅସମ୍ଭାଳ ଭିଡ଼ ଜମିଥିବା ବେଳେ ଫ୍ୟାନଙ୍କ ଭିତରେ ଅସନ୍ତୋଷ ବି ଦେଖିବାକୁ ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ