Masthead

କେବେ ଖୋଲିବ ମହାପ୍ରଭୁଙ୍କ ରତ୍ନଭଣ୍ଡାର, ଆସନ୍ତାକାଲି ଚୂଡାନ୍ତ ନିଷ୍ପତ୍ତି

ପୁରୀ (ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଯାଞ୍ଚ ଓ ଗଣତି ଲାଗି ଗଠନ ହୋଇଛି ନୂଆ ୧୬ ଜଣିଆ କମିଟି। ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥଙ୍କ ନେତୃତ୍ବରେ ଏହି କମିଟି ଗଠନ ହୋଇଛି। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ନୂଆ କମିଟିର ମୁଖ୍ୟ ହେବେ । ୬ ତାରିଖରେ ଏହି ନୂଆ କମିଟି ବୈଠକ କରି ରତ୍ନଭଣ୍ଡାର କେବେ ଖୋଲାଯିବ ଓ ରତ୍ନଭଣ୍ଡାର ଖୋଲାଯିବା ନେଇ ରୂପରେଖ କଣ ରହିବ ସେ ନେଇ ନିଷ୍ପତ୍ତି ନେବ ।

ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଅଫିସରେ ଏହି ବୈଠକ ହେବ । ଆଉ ମରାମତି, ଗଣତି ଓ ମଣତି ନେଇ ନିଷ୍ପତି ନିଆଯିବ । କେଉଁ କେଉଁ ପ୍ରକ୍ରିୟାରେ ଏହା ହେବ ସେ ନେଇ ନିଷ୍ପତ୍ତି ନେବ କମିଟି । ଆଉ ଏହାପରେ ସରକାର ରତ୍ନଭଣ୍ଡାର ଖୋଲିବା ନେଇ ସ୍ପଷ୍ଟ ଚିତ୍ର ଦେବେ । କମିଟରେ କେଉଁ କେଉଁମାନେ ସଦସ୍ୟ ରହିବେ ତାର ସ୍ତୁବିସ୍ତୁତ ତଥ୍ୟ କାଲି ସରକାର ଦେବେ ।ଏହି ଘୋଷଣା ସହ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଭଙ୍ଗ ହୋଇଛି ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତତକାଳୀନ ବିଜେଡି ସରକାର ଅରିଜିତ ପଶାୟ ତ୍ତଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରିଥିଲେ । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ୪୫ ବର୍ଷ ପରେ ଖୋଲିବାକୁ ଯାଉଛି ରତ୍ନଭଣ୍ଡାର। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସବୁ ପ୍ରକ୍ରିୟା ପାଳନ ହେବ। ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି। ବୈଠକରେ ଏହି କମିଟି ଗଣତି ଓ ମଣତି ନେଇ ନିଷ୍ପତ୍ତି ନେବେ। କେଉଁ ତାରିଖରେ ରତ୍ନଭଣ୍ଡାର ଖୋଲାଯିବ ନିଷ୍ପତ୍ତି ନିଆଯିବ। ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ଵନାଥ ରଥଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି। ଆଉ ଖୁବ୍ ଶୀଘ୍ର ରତ୍ନଭଣ୍ଡାର ଖୋଲିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା