Masthead

ସୋର ପୋଲିସ ପାଇଁ ବଢିଲା ଅଡୁଆ

ସୋର (ବଡ଼ ଖବର ବ୍ୟୁରୋ): ସୋର ପୋଲିସ ପାଇଁ ବଢିଲା ଅଡୁଆ । ଶିକ୍ଷକଙ୍କୁ ସ୍କୁଲ ସମୟରେ ଧକାମାରି ପୋଲିସ ଉଠାଇ ନେବା ଘଟଣାରେ ଆଗାମୀ ୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନନେଲେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବ ଶିକ୍ଷକ ମହାସଙ୍ଘ। ଶନିବାର ସୋର ପୋଲିସ ଦ୍ୱାରା ସୋର ରାଧାନାଥ ପ୍ରାଥମିକ ବିଦ୍ୟାଳୟର ୧୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟର କର୍ମଚାରୀଙ୍କୁ ପୋଲିସ ଗାଡିରେ ଉଠାଇ ଥାନାରେ ଅଟକ ରଖିବା ଘଟଣାରେ ଆଜି ସୋର ଏଲିମେଣ୍ଟାରୀ ଶିକ୍ଷକ ସଂଘ ପକ୍ଷରୁ ଏକ ଜରୁରୀ ବୈଠକ ଡ଼କାଇ ପୋଲିସଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ଯଦି ୩ ଦିନ ମଧ୍ୟ ରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହୁଏ ଆଗାମୀ ୩ ଦିନରେ ସୋର ସମସ୍ତ ପ୍ରାଥମିକ ବିଦ୍ୟାଳୟ ପାଠ ପଢା ବନ୍ଦ କରି ବ୍ଲକ ଶିକ୍ଷାଧୀକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ନେଇ ଚେତାବନୀ ଦେଇଛନ୍ତି । ଏହା ଶିକ୍ଷକ ଜାତି ପାଇଁ କଳଙ୍କିତ ଅଧ୍ୟାୟ । ଶିକ୍ଷକ ହେଉଛନ୍ତି ସମାଜର ଆଇନା ସଦୃଶ୍ୟ । ଯେଉଁଭଳି ଭାବେ ପୋଲିସ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ କ୍ରିମିନାଲ ଭଳି ବ୍ୟବହାର କଲା ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଛି । ଏହି ଘଟଣାକୁ ସୋର, ଜିଲ୍ଲା ଓ ରାଜ୍ୟ ବିଭିନ୍ନ ସଂଗଠନ ସହଯୋଗ କରିବା ସହିତ ଆନ୍ଦୋଳନରେ ସାମିଲ ହେବା ନେଇ ସଂଘ ସଂମ୍ପାଦକ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ