Masthead

ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ

ପୁରୀ (ବଡ଼ ଖବର ବ୍ୟୁରୋ): ଜୀବନ ବଂଚେଇବା ପାଇଁ ଗ୍ରୀନ କରିଡର । ନାବାଳକର ଜୀବନ ବଞ୍ଚେଇବାକୁ ଦୀର୍ଘ ୮୦ କିଲୋମିଟର କରିଡର ପ୍ରସ୍ତୁତ କଳା କୃଷ୍ଣପ୍ରସାଦ ପୋଲିସ। ନାବାଳକର ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ। ଏବେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ହସପିଟାଲରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ୫ଶ୍ରେଣୀର ଛାତ୍ର ପ୍ରଭୁଦତ୍ତ ଜେନା । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ପଥରକଟା ଗାଁର ପଞ୍ଚମ ଶ୍ରେଣୀର ଛାତ୍ର। ସୁବଦିନ ଭଳି ନିଜ ସାଇକେଲ ଧରି ବାହାରି ପଡ଼ିଥିଲେ ସ୍କୁଲକୁ। ହଠାତ ସାଇକେଲରୁ ଖସି ପଡ଼ିବା ପରେ ହ୍ୟାଣ୍ଡେଲଟି ନାବାଳକର ପେଟରେ ପଶିଯାଇଥିଲା।

ପେଟରେ ଗୋଟିଏ ପଟେ ପଶି ଅନ୍ୟ ପଟେ ବାହାରି ଯାଇଥିଲା । ଫଳରେ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ। ସ୍ଥାନୀୟ ଗାଁ ଲୋକେ ସଙ୍ଗେ ସଂଗେ ଆମ୍ବୁଲାନସକୁ ଡାକି ମେଡିକାଲକୁ ନେଇ ଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସା ସମ୍ଭବ ନହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ରେଫର କରିଥିଲେ ସ୍ଥାନୀୟ ଡାକ୍ତର। ପୁରୀ ଏସଡ଼ିପିଓ ମାନସ ରଂଜନ ବାରିକଙ୍କ ଉଦ୍ୟମ ଏବଂ କୃଷ୍ଣପ୍ରସାଦ ଥାନା ପୋଲସର ଉଦ୍ୟମ ରେ ଏକ ୮୦ କିଲୋମିଟର ଟ୍ରାଫିକ ମୁକ୍ତ ଗ୍ରୀନ କରିଡର ତିଆରି କରଥିଲା ପୋଲସ। ଛାତ୍ରଙ୍କୁ ଏମକେସିଜି ନେବାର ବ୍ୟବସ୍ଥା ଖୁବଶୀଘ୍ର କରାଯାଇଥିଲା। ଏବେ ଏମକେସିଜିରେ ଛାତ୍ରଙ୍କୁ ବଂଚାଇବା ପାଇଁ ଏକ ବଡ଼ ଧରଣର ଡାକ୍ତରୀ ଟିମ ଲାଗିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ