Masthead

୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ବଦଳିଲା ପାଗ । ପ୍ରାକ୍‌ ମୌସୁମୀ ପ୍ରଭାବରେ ଆଂଶିକ ମେଘୁଆ ପାଗ, ହାଲୁକା ପବନ, ଠାଏଠାଏ ହାଲୁକା ବର୍ଷା ହୋଇଛି । ପାଣିପାଗ ପୂର୍ବାନୁମାନ, ଦକ୍ଷିଣ-ପଶ୍ଚିମ ମୌସୁମୀର ବାଟ ଅନୁକୂଳ ରହିଛି । ୨-୩ ଦିନ ଭିତରେ ମୌସୁମୀ କେରଳ ଛୁଇଁବ । ଓଡ଼ିଶା ପାଇଁ ବଡ଼ କଥା ହେଲା, ଆସନ୍ତା ୨୭ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି ଉତ୍ତର ବଙ୍ଗୋପସାଗରରେ । ଏହି ସମ୍ଭାବ୍ୟ ଲଘୁଚାପ ହିଁ ମୌସୁମୀକୁ ଓଡ଼ିଶାକୁ ଟାଣି ଆଣିପାରେ । ସମ୍ଭବତଃ ଚଳିତ ମେ ମାସର ଶେଷ କିମ୍ବା ଜୁନ୍‌ ପହିଲା ବେଳକୁ ମୌସୁମୀ ଓଡ଼ିଶା ଛୁଇଁପାରେ ।

ଏହା ପ୍ରଭାବରେ ୨୭ ଓ ୨୮ ତାରିଖରେ ଓଡ଼ିଶାର କେତେକ ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ମେ ୨୯ରୁ ଜୁନ୍‌ ୪ ତାରିଖ ପର୍ଯ୍ୟନ୍ତ ଆଇଏମଡି ଜାରି କରିଥିବା ପୂର୍ବାନୁମାନ ଅନୁସାରେ, ଏହି ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପୂର୍ବ ଭାରତର କିଛି ଅଞ୍ଚଳରେ ପ୍ରବେଶ କରିପାରେ । ଯଦି ଏମିତି ହୁଏ, ତେବେ ଏହି ସମୟରେ ମୌସୁମୀ ଓଡ଼ିଶା ପ୍ରବେଶ କରିବ । ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି । ଘଡ଼ଘଡ଼ି, ବିଜୁଳି ସହ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ମହଣ ମହଣ ସୁନାରେ ଝଟକିବେ ମଣିମା 🔴 ସଲମାନ ଖାନଙ୍କ ଗଲୱାନ 🔴 ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼ 🔴 ପରଦାକୁ ଆସିଲା ଓଡ଼ିଆ ସିନେମା ‘ନବକଳେବର’ 🔴 ଆହୁରି ତିନି ଦିନ ଭିଜିବ ଓଡ଼ିଶା 🔴 ସରିଲା ଆଡ଼ପମଣ୍ଡପ ଲୀଳା, ଅପେକ୍ଷାରେ ମାଆ 🔴 ପୁରୀ ହେବ ମହାନଗରନିଗମ : ମୋହନ ଚରଣ ମାଝୀ