Masthead

ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ) :  ପ୍ରକାଶ ପାଇଛି JEE ଆଡଭାନ୍ସ ପରୀକ୍ଷା ଫଳାଫଳ । ପରୀକ୍ଷାରେ ୫୪ ହଜାର ୩୭୮ଜଣ ପରୀକ୍ଷାର୍ଥୀ ସଫଳତା ହାସଲ କରିଛନ୍ତି । JEE ଆଡଭାନ୍ସ ପରୀକ୍ଷାରେ ଏକ ନମ୍ବର ସ୍ଥାନ ହାସଲ କରି ଇତିହାସ ରଚିଲେ ଦିଲ୍ଲୀ ପୁଅ । ଏଲନ୍ କୋଟାର ରଜିତ ଗୁପ୍ତା ହୋଇଛନ୍ତି ଟପ୍ପର । JEE ଆଡଭାନ୍ସର ଟପ୍ ୧୦ରେ କୋଟାର ୪ଜଣ ପରୀକ୍ଷାର୍ଥୀ ସଫଳତା ହାସଲ କରିଛନ୍ତି । ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ସକ୍ଷମ ଜିନ୍ଦଲ । ୧ଲକ୍ଷ ୮୦ ହଜାର ୪୨୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ମୋଟ ୫୪ ହଜାର ୩୭୮ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

୩୬୦ ମାର୍କରୁ ୩୩୨ ମାର୍କ ରଖି ଶୀର୍ଷ ସ୍ଥାନ ହାସଲ କରିଛନ୍ତି IIT ଦିଲ୍ଲୀ ଜୋନରୁ ରଜିତ ଗୁପ୍ତା । IIT ଖଡଗପୁର ଜୋନରୁ ଦେବଦତ୍ତା ୩୬୦ରୁ ୩୧୦ ମାର୍କ ରଖି ମହିଳାଙ୍କ କ୍ଷେତ୍ରରେ ଆଗରେ ରହିଛନ୍ତି । ଆଗାମୀ ଦିନରେ ସଫଳ ହାସଲ କରିଥିବା ଛାତ୍ରଛାତ୍ରୀ ମାନେ (JoSAA ) ମାଧ୍ୟମରେ ହେବାକୁ ଥିବା କାଉନସିଲ୍ଂ ପ୍ରକିୟାରେ ଭାଗ ନେଇ IITରେ ଆଡମିଶନ ପାଇଁ ଯୋଗ୍ୟ ବିବେଚିତ ହେବେ । ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳ ହୋଇନାହାନ୍ତି ସେମାନେ JEE ମେନ୍ ଫଳାଫଳ୨୦୨୫ ସ୍କୋର ଆଧାରରେ IITs, NITs ଏବଂ CFTISରେ ଆଡମିଶନ ନେଇ ପାରିବେ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ jeeadv.ac.in ୱେବସାଇଟ୍ ମାଧ୍ୟମରେ ନିଜର ପରୀକ୍ଷା ଫଳ ଦେଖିପାରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା