Masthead

ଆଜି ପୁଣି ଗଡ଼ିବ ରଥ

ପୁରୀ (ବଡ଼ ଖବର ବ୍ୟୁରୋ): ଆଜି ପୁଣି ଗଡ଼ିବ ତିନି ରଥ । ସକାଳ ୯ଟା ୩୦ରେ ଟଣା ହେବ ତିନି ରଥ । ସିଂହଦ୍ୱାର ଛକରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଟକିଥିବା ବେଳେ ବଳଗଣ୍ଡି ଛକରେ ରହିଛି ବଳଭଦ୍ରଙ୍କ ରଥ । ସେହିପରି ମରିଚିକୋଟ ଛକରେ ରହିଛି ଦେବୀ ସୁଭଦ୍ରାଙ୍କ ରଥ । ଅବକାଶ ନୀତି ପରେ ଟଣା ହେବ ତିନି ରଥ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ସରକାରଙ୍କ ସମସ୍ତ ପ୍ରସ୍ତୁତି ପରେ ବି ରଥଟଣାରେ ହୋଇଥିବା ଅବ୍ୟବସ୍ଥା ଘଟଣା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଭୀଷଣ ଅସନ୍ତୁଷ୍ଟ କରିଛି । ଏବେବି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବଡ଼ ଦାଣ୍ଡରେ ଅଛନ୍ତି । ସାରାରାତି ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି । ଆଉ କିଛି ସମୟ ପରେ ପୁଣିଥରେ ରଥ ଟଣା ହେବ । ସେଥିପାଇଁ ସକାଳୁ ସକାଳୁ ମଧ୍ୟ ପ୍ରବଳ ଜନଗହଳି ଦେଖିବାକୁ ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି 🔴 ଡୋଡାରେ ବାଦଲ ଫଟା ବର୍ଷା 🔴 ଆପ୍‌ ନେତାଙ୍କ ଘରେ ଇଡି ରେଡ୍‌ 🔴 ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ ବ୍ୟବସ୍ଥା 🔴 ଯାଜପୁର ବୁଲିବେ ସୁରେଶ ପୂଜାରୀ 🔴 ମେଡିକାଲ କଲେଜ ଛାତରୁ ଡେଇଁ ପଡିଲେ ରୋଗୀ 🔴 ରୋଷେଇ ଘରେ ନିଆଁ ଲାଗି ଜଳିଗଲେ ସ୍ବାମୀ-ସ୍ତ୍ରୀ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ 🔴 ପାଣ୍ଡିଆନଙ୍କୁ ରଣେନ୍ଦ୍ରଙ୍କ ତାଚ୍ଛଲ୍ୟ! 🔴 ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି 🔴 ଡୋଡାରେ ବାଦଲ ଫଟା ବର୍ଷା 🔴 ଆପ୍‌ ନେତାଙ୍କ ଘରେ ଇଡି ରେଡ୍‌ 🔴 ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ ବ୍ୟବସ୍ଥା 🔴 ଯାଜପୁର ବୁଲିବେ ସୁରେଶ ପୂଜାରୀ 🔴 ମେଡିକାଲ କଲେଜ ଛାତରୁ ଡେଇଁ ପଡିଲେ ରୋଗୀ 🔴 ରୋଷେଇ ଘରେ ନିଆଁ ଲାଗି ଜଳିଗଲେ ସ୍ବାମୀ-ସ୍ତ୍ରୀ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ 🔴 ପାଣ୍ଡିଆନଙ୍କୁ ରଣେନ୍ଦ୍ରଙ୍କ ତାଚ୍ଛଲ୍ୟ!