Masthead

ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଓଡ଼ିଶା ବନ୍ଦ ଆନ୍ଦୋଳନ ପାଇଁ କଂଗ୍ରେସ ଓ ବିଜେଡିକୁ ହାଇକୋର୍ଟଙ୍କ ନୋଟିସ ।  କାହିଁକି ଓ କେଉଁ ପରିସ୍ଥିତି ଓଡ଼ିଶା ବନ୍ଦ କଲେ, ସେ ନେଇ ନୋଟିସ୍ କରିଛନ୍ତି ହାଇକୋର୍ଟ। ଓଡ଼ିଶା ବନ୍ଦ ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ  ହୋଇଥିଲେ ।  ସେପଟେ FM ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୋଷ ପ୍ରକାଶ କରିଛନ୍ତି ହାଇକୋର୍ଟ । SIT ତଦନ୍ତ ଆବଶ୍ୟକତା ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।

ଏଥିସହ ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବାରୁ ବିଜେଡି ଓ କଂଗ୍ରେସକୁ ନୋଟିସ୍ ଦେଇଛନ୍ତି। ଜନସ୍ବାର୍ଥ ମାମଲାର ଶୁଣାଣି ବେଳେ ଏଭଳି ମତ ରଖିଛନ୍ତି ହାଇକୋର୍ଟ । ହାଇକୋର୍ଟଙ୍କ ତତ୍ୱାବଧାନରେ SIT ତଦନ୍ତ ଦାବିରେ ମାମଲା ହୋଇଥିଲା । ଆଇନଜୀବୀ ଶିବ ଶଙ୍କର ମହାନ୍ତିଙ୍କ ପକ୍ଷରୁ ମାମଲା ଦାୟର କରାଯାଇଥିଲା ।ଏଫଏମ୍ କଲେଜର ସେ ଛାତିଥରା ଘଟଣା ପଛରେ ପ୍ରି-ପ୍ଲାନ୍ କିମ୍ବା ଷଡ଼ଯନ୍ତ୍ର ଥିଓରୀ ବାରମ୍ବାର ଉଙ୍କି ମାରୁଛି ।

ଏକମାତ୍ର ସିସିଟିଭି ଫୁଟେଜ୍ ଯାହା ଦର୍ଶାଉଛି- ଛାତ୍ରୀ ଜଣକ ଜଳି ଯାଉଥିବାବେଳେ ସେଠି ଉପସ୍ଥିତ ଥିବା ଦୁଇଜଣ ଝିଅ ଡରି ପଳାଇଥିଲେ ଜଣେ ଛାତ୍ର ମୋବାଇଲରେ ଭିଡ଼ିଓ ଉତ୍ତୋଳନ କରୁଥିଲେ, ଛାତ୍ରୀ ଜଣକୁ ଜଳି ଯାଉଥିବା ଦେଖି ହଠାତ୍ ଦୌଡ଼ି ଆସିଥିଲେ ହେଲେ ପ୍ରିନସିପାଲଙ୍କ ରୁମ୍ ରୁ କିଛି କର୍ମଚାରୀ ଜଳନ୍ତା ଛାତ୍ରୀଙ୍କୁ ଦେଖୁଥିଲେ ବି ନିଆଁ ଲିଭାଇବାକୁ ସାମାନ୍ୟତମ ଚେଷ୍ଟା କରିନଥିଲ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି