Masthead

ଯାଜପୁର ବୁଲିବେ ସୁରେଶ ପୂଜାରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ଯାଜପୁର ଜିଲ୍ଲା ଯିବେ ରାଜସ୍ବ ମନ୍ତ୍ରୀ । ଯାଜପୁର ଜିଲ୍ଲା ଗସ୍ତ ପୂର୍ବରୁ ବନ୍ୟା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି,ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ।  ଯାଜପୁରକୁ ଛାଡ଼ି ବାକି ସବୁ ଜିଲ୍ଲାରେ ସ୍ଥିତି ପ୍ରାୟ ସ୍ବାଭାବିକ ହେଲାଣି ।  ଯାଜପୁରରେ ଘାଇ ସୃଷ୍ଟି ହୋଇଛି, ୩୦/୪୦ ଗାଁ ପ୍ରଭାବିତ ।  ପାଣି ଛାଡ଼ିଲେ ହିଁ ଘାଇ ମରାମତି ସମ୍ଭବ ।

୫ ହଜାରରୁ ଊର୍ଦ୍ଧ୍ବ ଲୋକ ରିଲିଫ୍ କେନ୍ଦ୍ରରେ ଅଛନ୍ତି ।  ଜଳପ୍ଳାବିତ ଅଞ୍ଚଳରୁ ଗୃହପାଳିତ ପଶୁଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି ।  ପାଣି ଛାଡ଼ିଲେ କ୍ଷୟକ୍ଷତି ଆକଳନ ହେବ, ରିପୋର୍ଟ ଆସିଲେ ତୁରନ୍ତ କ୍ଷତିପୂରଣ ଦିଆଯିବ । ମନ୍ତ୍ରୀ ସୁରେଶ ପୂଜାରୀ ଆହୁରି କହିଛନ୍ତି, “ରିଲିଫ୍‌ ସେଣ୍ଟରକୁ ଅଧିକରୁ ଅଧିକ ଲୋକଙ୍କୁ ଆଣିବାକୁ ଗତ ରାତିରେ ନିର୍ଦ୍ଦେଶ ଦେଇଥିଲି । ଯାଜପୁରରେ ଘାଇ ହୋଇଛି । ମୁଁ, ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଓ OSDMA ଯାଜପୁର ଯାଉଛୁ ଆଉ କିଛି ସମୟରେ । ପାଣି ଛାଡିଲେ ଘାଇ ମରାମତି କାମ ଆରମ୍ଭ ହେବ । କ୍ଷୟକ୍ଷତି ଆକଳନ ପାଇଁ ନିର୍ଦେଶ ଦିଆଯାଇଛି । ଯିଏ ରିଲିଫ ସେଣ୍ଟର ଆସୁ ନାହାନ୍ତି, ତାଙ୍କୁ ପାଇଁ ଖାଦ୍ୟ ଘରକୁ ଦିଆଯାଇଛି । ପୁଲିସ ଘର ସବୁ ଜଗୁଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ପାଇଁ ବଢୁଛି ସୁବର୍ଣ୍ଣରେଖା ଜଳସ୍ତର ।

ରାଜଘାଟରେ ବିପଦ ସଂକେତ ୧୦.୩୬ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୧୦.୭୦ ମିଟରରେ ପ୍ରବାହିତ ହେଉଛି । ଗତକାଲି ଜଳସ୍ତର କମି ୧୦.୫୫ ମିଟର ରହିଥିଲା । ଆଜି ପୁଣି ଥରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ବାଲିଆପାଳ, ବସ୍ତା ଏବଂ ଜଳେଶ୍ଵର ବ୍ଲକ୍‌ର ୫୦ରୁ ଅଧିକ ଗାଁ ପାଣି ଘେରରେ । ବାଲିଆପାଳ ବ୍ଲକର ଅସ୍ତି, ବାଲିଆପାଳ, ବିଷ୍ଣୁପୁର, ମଧୁପୁରା, ଜାମକୁଣ୍ଡା ପ୍ରଭୃତି ପଞ୍ଚାୟତ ର ୩୦ ରୁ ଅଧିକ ଗାଁ ପାଣି ଘେରରେ ରହିଥିବା ବେଳେ ବସ୍ତା ବ୍ଲକ୍ ନାବରା, ସିଂଲା, ପୁଟୁରା, କାଦରାୟାଁ, ରଘୁନାଥ ପୁର ,ଚୋରମାରା ପଞ୍ଚାୟତର ଅନେକ ଗାଁରେ ପାଣି ପଶିଛି ।

ସେହିପରି ଜଳେଶ୍ଵର ବ୍ଲକର ପାଇକସିଦା, ବାଇଗଣ ବାଡିଆ, ପଶ୍ଚିମବାଡ, ଝାରପିପଳ, କୋଟସାହି ପ୍ରଭୃତି ପଞ୍ଚାୟତ ପ୍ରଭାବିତ ହୋଇଛି । ବାଲିଆପାଳ ବ୍ଲକରେ ପ୍ରଶାସନ ପକ୍ଷରୁ ଲୋକଙ୍କ ସହାୟତା ପାଇଁ ଓଡ୍ରାଫ୍‌ର ଦୁଇଟି ଟିମ୍‌, ଅଗ୍ନିଶମ ବାହିନୀର ଦୁଇଟି ଟିମ, ଏବଂ ଏସଆରସି ପକ୍ଷରୁ ୧୦ଟି ମଟର ଚାଳିତ ଡ଼ଙ୍ଗା ନିୟୋଜିତ କରାଯାଇଛି । ବନ୍ୟା ପ୍ରଭାବିତଙ୍କୁ ଶୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼