Masthead

ପୋଲିସକୁ ଡିଆଁ ଦେଖି ପୋଖରୀକୁ ମାରିଲା ଚୋର

ପୁରୀ (ବଡ଼ ଖବର ବ୍ୟୁରୋ): ପୋଲିସ କବଳରୁ ନିଜକୁ ରକ୍ଷା କରିବା ପାଇଁ ପୋଖରୀ ଭିତରକୁ ଡିଆଁ ମାରିଲା ଚୋର। ଏଭଳି ଘଟଣା ପୁରୀ ସହରରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ପୁରୀ ଅଠରନଳା ଦେଇ ଜଣେ ବ୍ୟକ୍ତି ଯାଉଥିବା ବେଳେ ଜଣେ ଚୋର ‌ଉକ୍ତ ବ୍ୟକ୍ତିଙ୍କ ଠାରୁ ଟଙ୍କା ଛଡାଇ ନେଇଥିଲା। ଏନେଇ ସଦର ଥାନାକୁ ଖବର ଦିଆଯିବା ପରେ ପୋଲିସ ଚୋରକୁ ଧରିବା ପାଇଁ ଘଟଣାସ୍ଥଳକୁ ଆସିଥିଲା। ତେବେ ଅଠରନଳା ନିକଟରେ ଲୁଚି ରହିଥିବା ଚୋର ପୋଲିସକୁ ଦେଖି ଭୟଭୀତ ହୋଇ ଦୌଡିବା ଆରମ୍ଭ କରିଥିଲା।

ପୋଲିସ କବଳରୁ ନିଜକୁ ରକ୍ଷା କରିବା ପାଇଁ ଅଲମାଚଣ୍ଡୀ ମନ୍ଦିର ସମ୍ମୁଖରେ ଥିବା ପଥର ପୋଖରୀକୁ ଡିଆଁ ମାରିଥିଲା ଚୋର। ପୋଲିସ କର୍ମଚାରୀମାନେ ବହୁ ବୁଝାସୁଝା କରିବା ପରେ ଚୋର ପୋଖରୀ ଭିତରୁ ଆସିଥିଲା। ଅଭିଯୁକ୍ତ ଜଣକ ଖଣ୍ଡିଆବନ୍ଧ ଅଞ୍ଚଳର ବୋଲି ଜଣାପଡିଛି। ଘଟଣାକୁ ନେଇ ସଦର ଥାନା ପୋଲିସ ଛାନଭିନ କରୁଥିବା ବେଳେ ଚୋରର ଏହି କାରନାମା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା