ଦିନକ ପୂର୍ବରୁ ସରିଲା ବିଧାନସଭା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦିନକ ପୂର୍ବରୁ ସରିଲା ବିଧାନସଭା । ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି  ଘୋଷଣା କରିଛନ୍ତି ବାଚସ୍ପତି । ଦୁର୍ଗା ପୂଜା ପାଇଁ ଗୋଟିଏ ଦିନ ପୂର୍ବରୁ ଅଧିବେଶନ ସାରିବାକୁ ପ୍ରସ୍ତାବ ଦେଇଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ଯାହାକୁ ଏକାଧିକ ବିଧାୟକମାନେ ସମର୍ଥନ କରିବା ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ସେପ୍ଟେମ୍ବର ୧୮ରୁ ଆରମ୍ଭ ହୋଇଥିଲା,  ସରିଥାଆନ୍ତା ୨୫ରେ । କିନ୍ତୁ, ଏହି  ସ୍ୱଳ୍ପକାଳୀନ ଅଧିବେଶନ ଦିନକ ଆଗରୁ ବୁଧବାର ସରିଛି । ଚାଲିଲା ମାତ୍ର ୬ଦିନ ।

ଚଳିତ ମୌସୁମୀ ଅଧିବେଶନରେ ମୋଟ ୬ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି ।  ୨ଟି ବିଲ୍ ଆସିବା ସହ ଜିଏସଟି ସଂଶୋଧନ ନେଇ ସଂକଳ୍ପ ପ୍ରସ୍ତାବ ପାରିତ  ।  ବିଧାନସଭାରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍-୨୦୨୫ ପାରିତ ।  ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍-୨୦୨୫ ପାରିତ ହୋଇଛି ।  ଜିଏସଟି ସଂଶୋଧନ ପାଇଁ ପ୍ରଧାନମନ୍ତ୍ରଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ସଂକଳ୍ପ ପାରିତ ହୋଇଥିଲା ।  ୬ ଦିନ ଧରି ବେଶ ସରଗରମ ଥିଲା ବିଧାନସଭା ଅଧିବେଶନ  ।  ସାର ଅଭାବ, ମହିଳା ବିରୋଧୀ ଅପରାଧ ବୃଦ୍ଧିକୁ ପ୍ରସଙ୍ଗ କରିଥିଲେ ବିରୋଧୀ ।  ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା କାଟ ପ୍ରସଙ୍ଗକୁ ନେଇ ମଧ୍ୟ ପ୍ରତିବାଦ ଜାରି ରଖିଥିଲେ ବିରୋଧୀ ।

ହଟ୍ଟଗୋଳ ଭିତରେ  ଗୋଟିଏ ବି ଦିନ ପ୍ରଶ୍ନକାଳ  ସ୍ୱାଭାବିକ ହୋଇପାରିନଥିଲା  ଏହି ଅଧିବେଶନରେ । ବୁଧବାର  ସର୍ବାଧିକ ୩୦ ମିନିଟ ପ୍ରଶ୍ନକାଳ  ଚାଲିପାରିଥିଲା, ତାହା ବି ନାରାବାଜି  ଭିତରେ । ଅଧିବେଶନରେ ଗୋଟିଏ  ମାତ୍ର ମୁଲତବୀ ପ୍ରସ୍ତାବ ଉପରେ  ଆଲୋଚନା ସମ୍ଭବପର ହୋଇଥିଲା ।  ୮ଟି ତାରକା ପ୍ରଶ୍ନ ଉପରେ ଆଲୋଚନା  ହୋଇଥିବାବେଳେ ୨ଟି ସଂଶୋଧନ  ବିଲ୍‌ ପାରିତ ହୋଇଛି । ଶେଷ ଦିନରେ  ୪ଟି ସିଏଜି ରିପୋର୍ଟ ଉପସ୍ଥାପନ  ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’