ଭାରତ ଗ୍ଲୋବାଲ ସାଉଥର ସ୍ୱର: ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜି-୨୦ ଦେଶର ବୈଦେଶିକ ମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ହେଉଛି ଗ୍ଲୋବାଲ ସାଉଥର ସ୍ବର। ଏହି ବୈଠକରେ ଏକତା, ଉଦ୍ଦେଶ୍ୟର ଏକତା ଏବଂ କାର୍ୟ୍ୟର ଏକତା ଉପରେ ଗୁରୁତ୍ୱାରୋପ କରାଯାଇଛି। ଜି-୨୦ ବୈଦେଶିକ ମନ୍ତ୍ରୀ ବୈଠକ ଆରମ୍ଭ ପୂର୍ବରୁ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ଏକ ମିନିଟର ନିରବତା ପାଳନ କରାଯାଇଥିଲା।

ଆଜି ଦିଲ୍ଲୀରେ ଜି-୨୦ର ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେଉଛି। ବୈଠକ ପୂର୍ବରୁ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଜର୍ମାନୀର ବୈଦେଶିକ ମନ୍ତ୍ରୀ ଅନ୍ନାଲିନା ବାଏବୋକଙ୍କୁ ସ୍ବାଗତ କରିଥିଲେ। ଏହି ବୈଠକରେ ଯୋଗ ଦେବାକୁ ସାଉଦି ଆରବ, ଚାଇନା, ଇଣ୍ଡୋନେସିଆ, ସ୍ପେନ ଏବଂ କ୍ରୋଏସିଆର ବୈଦେଶିକ ମନ୍ତ୍ରୀମାନେ ଭାରତରେ ପହଞ୍ଚିଛନ୍ତି।ଏଥିରେ ୪୦ ଦେଶର ପ୍ରତିନିଧି ଯୋଗଦେବେ । ୧୩ ଅନ୍ତର୍ଜାତୀୟ ସଙ୍ଗଠନ ମଧ୍ୟ ସାମିଲ ହେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!