Masthead

ପୀତବାସ ପଣ୍ଡା ହତ୍ୟା, ୩ଜଣ ଅଟକ

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଜଣେ ସିଆଇଏସଏଫ ଯବାନଙ୍କ ସହ ୩ଜଣ ଅଟକ । ହତ୍ୟାକାଣ୍ଡ ନେଇ ବ୍ରହ୍ମପୁର ପୋଲିସକୁ ବଡ଼ ସୁରାକ୍ ମିଳିଥିବା ସୂଚନା । ଜର୍ଭ ବାରାକରେ ଚାଲିଛି ପଚରାଉଚରା  ।  ଦିଗପହଣ୍ଡି, ହିଞ୍ଜିଳି ଅଞ୍ଚଳର ଯୁବକଙ୍କୁ ଜେରା କରାଯାଉଛି  ।  କିଛି ଟୋଲଗେଟରେ ବି ପୁଲିସ ଛାନଭିନ ଚଳାଇଥିବା ଜଣାପଡିଛି  ।  ପୁଲିସ ହାତରେ ଲାଗିଛି ୨ଟି ଦାମୀ କାର  ।  ୪ ଦିନ ତଳେ ଘରକୁ ଫେରୁଥିବା ବେଳେ ପଏଣ୍ଟ୍ ବ୍ଲାଙ୍କରେ ଗୁଳି କରି ଚମ୍ପଟ ମାରିଥିଲେ ୨ ଜଣ ଦୁର୍ବୃତ୍ତ ।

ବିଜେପି ନେତା ପୀତବାସ ପଣ୍ଡାଙ୍କୁ ସୋମବାର ଗୁଳିକରି ହତ୍ୟା କରାଯାଇଥିଲା । ରାତି ପ୍ରାୟ ୧୦ଟାରେ ନିଜ ଘର ପାଖ ବୈକୁଣ୍ଠନଗର ମୁଖ୍ୟ ଗଳିରେ ଠିଆ ହୋଇଥିଲେ ପୀତବାସ। ଏହି ସମୟରେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇ ଚମ୍ପଟ୍ ମାରିଥିଲେ  । ସେଇଠି ହିଁ ବେହୋସ୍ ହୋଇ ତଳେ ପଡ଼ିଯାଇଥିଲେ ପୀତବାସ  । ବ୍ରହ୍ମପୁର ଏମକେସିଜିରେ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବ୍ୟବଚ୍ଛେଦ ବେଳେ ୯ ଏମଏମ୍ ଗୁଳି ପୀତବାସଙ୍କ ମେରୁଦଣ୍ଡ ନିକଟରୁ ବାହାରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ