Masthead

ରାଜନୈତିକ ଉତ୍ତରାଧିକାରୀ ବାଛୁଛନ୍ତି ଭେଟେରାନ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ୨୦୨୪ ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିବ ଅନେକ ନୂଆ ମୁହଁ । ବରିଷ୍ଠଙ୍କ ସ୍ଥାନରେ ସେମାନଙ୍କର ଉତ୍ତରାଧିକାରୀ ହେବେ ପ୍ରାର୍ଥୀ । ଏଥିପାଇଁ ହୁଏତ ଦଳବଦଳ ନୀତିକୁ ବରିଷ୍ଠମାନେ ଅପଣାଇ ପାରନ୍ତି । ପିପିଲି, ତିର୍ତ୍ତୋଲ, ଧାମନଗର , ବାଲେଶ୍ୱର ସଦର, ବ୍ରଜରାଜନଗର ଓ ପଦ୍ମପୁର ଉପନିର୍ବାଚନରୁ ସ୍ପଷ୍ଟ ହେଲା ଷ୍ଟାଣ୍ଡିଂ ବିଧାୟକ ମାନଙ୍କର ଉତ୍ତରାଧିକାରୀ ହୋଇଛନ୍ତି ସେମାନଙ୍କ ପୁଅ, ଝିଅ ଓ ସ୍ତ୍ରୀ । ୨୦୨୪ରେ ଏମାନେ ପ୍ରାୟତଃ ନିର୍ବାଚନ ମଇଦାନକୁ ଆସିପାରନ୍ତି । ନବ ଦାସଙ୍କ ମୃତୁ୍ୟପରେ ତାଙ୍କ ଝିଅ ଦୀପାଲି ଗୋଡ ଟେକି ବସିଛନ୍ତି । ସଂକେତ ମିଳିବା ମାତ୍ରେ ରାଜନୀତି ମୈଦାନକୁ ଡେଇଁବେ ।

ଭେଟେରାନ୍ କଂଗ୍ରେସ ନେତା ସୁର ରାଉତରାୟ ତାଙ୍କ ଦୁଇ ପୁଅଙ୍କ ପାଇଁ ରାସ୍ତା ପରିଷ୍କାର କରିସାରିଲେଣି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଝିଅ ଶୁଭଶ୍ରୀ ରାଜନୀତିକୁ ଆସିବା ପାଇଁ ମନୋବଳାଇଲେଣି । ଭେଟେରାନ୍ ରାଜନୀତିଜ୍ଞ ବିଜୟ ତାଙ୍କ ପୁଅଙ୍କୁ ଉତ୍ତରାଧିକାରୀ ଭାବେ ବାଛି ସାରିଲେଣି । ବିଭିନ୍ନ ସଭା ସମିତିରେ ଏବେ ତାଙ୍କୁ ଦେଖିବାକୁ ମିଳୁଛି । ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଦେବୀ ମିଶ୍ର ସେମାନଙ୍କ ଉତ୍ତରାଧିକାରୀ ବାଛିସାରିଛନ୍ତି ।

ଏହି ଦୁଇ ନେତା ରାଜନୀତିରୁ କେବେ ଅବସର ନେବେ ସେମାନଙ୍କୁ ଜଣା । ମାତ୍ର ସେମାନଙ୍କର ପୁଅମାନେ ନିର୍ବାଚନ ପରିଚାଳନା ଠାରୁ ଆରମ୍ଭ କରି ଲୋକଙ୍କ ସମସ୍ୟା ବୁଝୁଛନ୍ତି । ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ ପୃଥ୍ୱୀରାଜ ସକ୍ରିୟ ରାଜନୀତିରେ ଅଛନ୍ତ । ଯୁଗଳ କିଶୋର ପଟ୍ଟନାୟକ, ପ୍ରଫୁଲ ସାମଲ, ଅନନ୍ତ ଦାସ, ଜିତୁ ମିତ୍ର, ନରସିଂହ ମିଶ୍ରଙ୍କ ଭଳି ବୈୟଜେଷ୍ଠଙ୍କ ଭଳି ନେତାମାନେ ସେମାନଙ୍କ ଉତ୍ତରାଧିକାରୀ କିଏ ହେବ ସ୍ପଷ୍ଟ ହୋଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା