ଶ୍ରୀମୟୀଙ୍କ ଟାଇଟନିକ୍‌ ବାଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିକୁ ପୁଣି ଟାର୍ଗେଟ କରିଛନ୍ତି ଶ୍ରୀମୟୀ ମିଶ୍ର। ନବୀନଙ୍କ ନୂଆପଡ଼ା ଗସ୍ତ ପୂର୍ବରୁ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ହଲଚଲ ହୋଇଛି ରାଜନୀତି। ଶ୍ରୀମୟୀ ବିଜେଡିକୁ ଟାଇଟନିକ୍‌ ପରି ସମ୍ପୂର୍ଣ୍ଣ ବୁଡ଼ାଇବା ପାଇଁ ବିଶ୍ୱସ୍ତରୀୟ ଯୋଜନା କରାଯାଉଥିବା କହି ଟାର୍ଗେଟ କରିଛନ୍ତି। ନାଁ ନ ନେଇ ସୁଜାତା ପାଣ୍ଡିଆନଙ୍କୁ ଶକ୍ତି ନାନି କହି ବାଣ ମାରିଛନ୍ତି।ଶ୍ରୀମୟୀ ମିଶ୍ର ଫେସବୁକରେ ଗୋଟିଏ ପୋଷ୍ଟ ସେୟାର କରିଛନ୍ତି । ଆଉ ଏହାକୁ ଟାଇଟାନିକ୍ ବୁଡାଇବାକୁ ବିଶ୍ୱସ୍ତରୀୟ ଯୋଜନାର ହେଡଲାଇନ୍ ବି ଦେଇଛନ୍ତି । ଶ୍ରୀମୟୀ ଲେଖିଛନ୍ତି, ଶୁଣିବାକୁ ମିଳୁଛି ଶକ୍ତି ନାନୀ କୁଆଡେ ଶକ୍ତି ଗୋଟାଉଛନ୍ତି ଦଳରେ ମିଶି ରାଜ୍ୟସଭା ଯିବା ପାଇଁ । ଆଉ ଏଣ୍ଟ୍ରି ହେଇଗଲେ ପୁଣି ହେବ ନୂଆ ସମୀକରଣ ।

SREEMAYEE FB POST

ନୂଆପଡ଼ାରେ ଯେମିତି ମାମୁଁଘର ମିଳୁନି, ଠିକ୍ ସେମିତି କେନ୍ଦ୍ରାପଡ଼ାରେ ବି ବାପଘର ଠିକଣା ଖୋଜିବାକୁ ଡ୍ରାମା ହେବ । ହେଲେ ଯିଏ ଜାମସେଦପୁରରେ ବଢ଼ିଛି, ସେ ଓଡ଼ିଆଙ୍କ ସ୍ପନ୍ଦନ କେମିତି ବୁଝିପାରିବ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମୟୀ ମିଶ୍ର । ଯାହାକି ସିଧା ସିଧା ସୁଜାତା ପାଣ୍ଡିଆନଙ୍କ ଆଡେ ଇଙ୍ଗିତ କରୁଛି ବୋଲି ଚର୍ଚ୍ଚା ହେଉଛି ।ଶ୍ରୀମୟୀ ଆହୁରି ମଧ୍ୟ କହିଛନ୍ତି, ଇଲେକ୍ସନ କମିସନ ଯାହାଙ୍କ ଶକ୍ତିରେ ବେଡ଼ି ପକାଇଥିଲେ, ଏବେ ସେ ନୂଆ ପରିଚୟ ଅପେକ୍ଷାରେ । ନିର୍ବାଚନ ପରେ ବିଜେଡିର ଉତ୍ତରାଧିକାରୀ ମୁକୁଟ ପିନ୍ଧିବା ପାଇଁ ଏବେ ଯୋଜନା ଚାଲିଛି ।

ହେଲେ ଓଡ଼ିଶାର ଲୋକ ତାମିଲ ପୁଅକୁ ତ ପ୍ରତ୍ୟାଖାନ କଲେ, ତାମିଲ ପୁଅର ସ୍ତ୍ରୀକୁ କେତେ ଆଦର କରିବେ ଦେଖାଯାଉ । ନୂଆପଡ଼ାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନି ଛୁରିଆଙ୍କ ନାଁ ନନେଇ ସେ ଲେଖିଛନ୍ତି କି, ଯେମିତି ନୂଆପଡ଼ାରେ ମାମୁଘର ମିଳୁନି… ସେମିତି କେନ୍ଦ୍ରାପଡ଼ାରେ ବାପା ଘର ଖୋଜିବାକୁ ଡ୍ରାମା ହେବ। କାରଣ ଯିଏ, ଝାଡ଼ଖଣ୍ଡ ଜାମସେଦପୁର ପାଣି ପବନରେ ବଢ଼ିଛି, ସେ ଓଡ଼ିଆଙ୍କ ସ୍ପନ୍ଦନ କଥା ବୁଝିବ କେମିତି? ନିର୍ବାଚନ କମିଶନ ଯାହାଙ୍କ ‘ଶକ୍ତି’ରେ ବେଡ଼ି ପକାଇଥିଲେ, ସେ ଏବେ କୁଆଡ଼େ ନୂଆ ପରିଚୟ ଅପେକ୍ଷାରେ। ବିଜେଡି କର୍ମୀଙ୍କୁ ପ୍ରଶ୍ନ କରିଛନ୍ତି କି, ସେମାନେ ଅଣଓଡ଼ିଆ ଦମ୍ପତ୍ତିଙ୍କ ନିର୍ଦ୍ଦେଶରେ ପରିଚାଳିତ ହେବେ ତ?  ନୂଆପଡ଼ା ନିର୍ବାଚନ ପାଇଁ ନବୀନ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି, ତା ପୂର୍ବରୁ ଶ୍ରୀମୟୀଙ୍କ ଏହି ଲେଖି ଅନେକ ଚର୍ଚ୍ଚା ବଢ଼ାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ