Masthead

‘ପାଣ୍ଡିଆନଙ୍କ ପାଲତୁ ଦଳ ଚଳାଉଛନ୍ତି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସିନିୟର୍ ସିଟିଜେନ୍ ସେଲ୍‌ ଉପସଭାପତି ପଦରୁ ଇସ୍ତଫା ଦେବା ପରେ ବର୍ଷିଲେ ଦେବାଶିଷ ସାମନ୍ତରାୟ । କହିଲେ ବିଜୁ ଜନତା ଦଳ ଏବେ ବ୍ୟୁରୋକ୍ରାଟିକ୍ ଦଳ ହୋଇଯାଇଛି । ବିଜୁ ବାବୁଙ୍କ ଆଦର୍ଶରେ ଆଉ ବିଜେଡି ପରିଚାଳିତ ହେଉନାହିଁ । ନବୀନ ପଟ୍ଟନାୟକ ଅସୁସ୍ଥ ଥିଲେ ସେଥିପାଇଁ ମୁଁ ଗଣମାଧ୍ୟମକୁ ଆସୁ ନଥିଲି। କିନ୍ତୁ ନବୀନ ପଟ୍ଟନାୟକଙ୍କ ଦେହ ଭଲ ହେବା ପରେ ମଧ୍ୟ ମତେ ନବୀନ ପଟ୍ଟନାୟକଙ୍କ ସହିତ ସାକ୍ଷାତ କରିବା ପାଇଁ ଦିଆଗଲା ନାହିଁ।

ସେଥିପାଇଁ ମୁଁ ବରିଷ୍ଠ ନାଗରିକ ସେଲର ଉପାଧ୍ୟକ୍ଷ ପଦବୀରୁ ଆଜି ଇସ୍ତଫା ଦେଇଛି। ସେ ଆହୁରି ମଧ୍ୟ କହିଛନ୍ତି ବିଜୁ ଜନତା ଦଳ ଏବେ ଗୋଟିଏ ବ୍ୟୁରୋକାଟିକ ଦଳ ହୋଇଗଲାଣି। ଭୈରବଙ୍କ ପାଲତୁ ଆଦିତ୍ୟ ମହାପାତ୍ର ଏବେ ଦଳ ଚଳାଉଛନ୍ତି। ନବୀନ ପଟ୍ଟନାୟକ ଥିବା ପର୍ଯ୍ୟନ୍ତ ମୋର ବିଜୁ ଜନତା ଦଳ ଛାଡିବାର ନାହିଁ। ବିଜୁ ବାବୁ ଙ୍କ ନାଁରେ ଦଳ ତିଆରି ହେଲା ହେଲେ ବିଜୁ ଲିଗିସିନାହିଁ ବୋଲି କହିଛନ୍ତି ଦେବାଶିଷ । ନବୀନ ପଟ୍ଟନାୟକ ମତେ ବହୁତ ଭଲ ପାଆନ୍ତି।

ସେ ମତେ ଦେଖା କରିବାକୁ ଚାହାନ୍ତି। କିନ୍ତୁ ମତେ ଦେଖା କରେଇ ଦିଆ ଗଲା ନାହିଁ। ନବୀନ ପଟ୍ଟନାୟକ ଙ୍କର ଯେଉଁମାନେ ପାଖ ଲୋକ ଥିଲେ ସେମାନଙ୍କର ବର୍ତ୍ତମାନ ଦଳର କୌଣସି ସ୍ଥାନର ନାହିଁ। ନୂଆପଡ଼ା ଉପ ନିର୍ବାଚନରେ ଜିଲ୍ଲା ବାହାରୁ ଯେଉଁ ପ୍ରାର୍ଥୀ ଦିଆ ଯାଇଥିଲା ମୁଁ ଭାବୁଛି ଏ ନିଷ୍ପତି ନବୀନ ପଟ୍ଟନାୟକଙ୍କର ନଥିଲା ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ