Masthead

କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ସୀମା ଟପିଲା ବର୍ବରତା । ଚୋରା ମଦ ବିକ୍ରିକୁ ବିରୋଧ କରିବା ନାରେ ଜଣେ ମହିଳାକୁ କଙ୍ଗାରୁ କୋର୍ଟରେ ନିର୍ଯାତନା ଦେବାରୁ ମହିଳାଙ୍କ ବାପା ନିର୍ଯାତନା ସହି ନପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାଂଶଡା ଥାନା ଚଡଦିଆ ଗାଁରୁ । ଅଭିଯୋଗ ମୁତାବକ ଚାନ୍ଦବାଲି ବ୍ଲକ ଚଡଦିଆ ପଞ୍ଚାୟତରେ ହେଉଥିବା ମଦ ବିରୋଧୀ ଆନ୍ଦୋଳନରେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ। ତେବେ ଚଡଦିଆ ଗ୍ରାମର ଲମ୍ବଧର ତରାଇଙ୍କ ଝିଅ ଚୋରା ମଦ ବିକ୍ରି କରୁଥିବାର ମହିଳାମାନେ ଖବର ପାଇଥିଲେ।

ପ୍ରଥମେ ମହିଳାମାନେ ଚୋରା ମଦ ବିକ୍ରି କରୁଥିବା ଦୋକାନକୁ ବାଡ଼େଇ ଭାଙ୍ଗିଥିଲେ ଏବଂ ଗତକାଲି ଉତ୍ୟକ୍ତ ମହିଳାମାନେ ଲମ୍ବଧର ତରାଇଙ୍କ ଘରକୁ ଯାଇ ମାଡ଼ ପିଟି କରିବା ସହିତ ମଦ ବିକ୍ରି କରୁଥିବା ମହିଳାଙ୍କୁ ବିଚ୍ ରାସ୍ତାରେ ଚଲାଇ ଚଲାଇ ଆଣିବା ସହିତ ମାର୍କେଟ ମଝିରେ ସନ୍ଧ୍ୟା ୬ ରୁ ରାତି ୧୧ ପର୍ଯ୍ୟନ୍ତ ଛିଡା କରି ଜୋରିମାନା ବାବଦକୁ ୧ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ। ମଦ ବିକ୍ରି କରୁଥିବା ମହିଳା ଏବଂ ତାଙ୍କ ବାପା ଭୁଲ ମାଗିବା ପରେ ମଧ୍ୟ ସେମାନଙ୍କୁ ଛାଡ଼ି ନଥିଲେ ଉତ୍ୟକ୍ତ ମହିଳା । ଶେଷରେ ୩୦ ହଜାର ଟଙ୍କା ଜୋରିମାନା ଦେବା ପାଇଁ କହିବାରୁ ମହିଳାଙ୍କୁ ଛାଡ଼ିଥିଲେ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ। ଏହି ନିର୍ଯାତନା ସହି ନପାରି ଗତକାଲି ରାତିରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ଚୋରା ମଦ ବିକ୍ରି କରୁଥିବା ମହିଳାଙ୍କ ବାପା ଲମ୍ବଧର ତରାଇ। କଙ୍ଗାରୁ କୋର୍ଟ ପାଇଁ ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା